ଭୁବନେଶ୍ୱର:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳ ତାରିଣୀ ବସ୍ତିରେ ସଂଘବଦ୍ଧ ଆକ୍ରମଣ। ଖଣ୍ଡା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଦୁଃଶାସନ ନାୟକ। ପୂର୍ବ ଶତ୍ରୁତାକୁ ନେଇ ଦୁଃଶାସନଙ୍କ ସହ କିଛି ଯୁବକଙ୍କ ବଚସା ହୋଇଥିଲା। ପରେ ଦୁର୍ବୃତ୍ତମାନେ ଦୁଃଶାସନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ପିଠି, କାନ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଃଶାସନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










