ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇଛି ଟିକସ ସଂଗ୍ରହ । ସିବିଡିଟି ପକ୍ଷରୁ ମଙ୍ଗଳବାର ୨୦୨୧-୨୨ ଆର୍ଥିକ ବର୍ଷର ରିପୋର୍ଟ ପ୍ରକାଶ ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରେ ଟିକସ ସଂଗ୍ରହ ୫୨.୫୦% ବୃଦ୍ଧି ପାଇଥିବା ଜଣାପଡ଼ିଛି । ଜାତୀୟ ପରିସଂଖ୍ୟାନ ତୁଳନାରେ ଓଡ଼ିଶା ତାଳ ଦେଇ ଆଗକୁ ବଢୁଛି ବୋଲି ସିବିଡିଟିର ଚେୟାରମ୍ୟାନ ଜେ ବି ମହାପାତ୍ର ସୂଚନା ଦେଇଛନ୍ତି ।
ମଙ୍ଗଳବାର ସିବିଡିଟି ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।
ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟରେ ବୃଦ୍ଧି ଘଟିବା ଆମ ଅର୍ଥନୀତି ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି ସିବିଡିଟି ଚେୟାରମ୍ୟାନ୍ । ୨୦୨୧-୨୨ରେ ସଂଗୃହୀତ ଟିକସ ସର୍ବକାଳୀନ ରେକର୍ଡ ହାସଲ କରିଛି । ଉଭୟ ନେଟ୍ ଏବଂ ଗ୍ରସ୍ ଆୟରେ ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ନେଟ୍ ଆୟରେ ୪୯.୦୨%ର ଅଭିବୃଦ୍ଧି ରେକର୍ଡ କରାଯାଇଥିବା ବେଳେ ଗ୍ରସ ଆୟରେ ୩୨.୭୫% ଅଭିବୃଦ୍ଧି ରେକର୍ଡ କରାଯାଇଛି ।