32.1 C
Bhubaneswar
Thursday, May 2, 2024
Homeଓଡିଶାବାତ୍ୟାକୁ ନେଇ ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ବାତ୍ୟାକୁ ନେଇ ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବାତ୍ୟାପ୍ରବଣ ମେ ମାସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରସ୍ତୁତି ଓ ନିର୍ଦ୍ଦେଶ ନେଇ ଏସଆରସି ସତ୍ୟବ୍ରତ ସାହୁଙ୍କ ପ୍ରେସମିଟ ଜାରୀି କରାଯାଇଛି । ପୂର୍ବରୁ ମେ ରେ ବାତ୍ୟା ହୋଉଥିବାରୁ ଆମେ ପ୍ରସ୍ତୁତି କରିଛୁ । ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଂଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି । ଏନଡିଆରଏଫ, ଓଡ୍ରାଫ୍ ପର୍ଯ୍ୟାପ୍‌ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି । ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର କୁହାଯାଇଛି । ପରବର୍ତ୍ତୀ ଅବସ୍ଥା କଣ ହେବ ପାଣିପାଗ ବିଭାଗ ଆକଳନ କରିବ । ଆମେ ପ୍ରସ୍ତୁତ ରହିଛୁ ଯଦି କିଛି ବି ହୁଏ ଆମେ ମୁକାବିଲା କରିପାରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking