30.1 C
Bhubaneswar
Sunday, July 3, 2022
Homeଦେଶ ବିଦେଶଶ୍ରୀଲଙ୍କା କ୍ୟାବିନେଟରେ ଆଉ ୮ ମନ୍ତ୍ରୀ ସାମିଲ

ଶ୍ରୀଲଙ୍କା କ୍ୟାବିନେଟରେ ଆଉ ୮ ମନ୍ତ୍ରୀ ସାମିଲ

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ସୋମବାର ଆଉ ୮ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରିଛନ୍ତି । ତେବେ ଦେଶର ଅର୍ଥନୈତିକ ଦୂରବସ୍ଥାକୁ ସଜାଡିବାକୁ ଏପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ନିଯୁକ୍ତ ହୋଇନଥିବା ପ୍ରସଙ୍ଗ ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଡଗ୍‌ଲାସ ଦେବାନନ୍ଦଙ୍କୁ ମତ୍ସ୍ୟ ଓ ପଶୁପାଳନ, ବାନ୍ଦୁଲା ଗୁଣବର୍ଦ୍ଧନାଙ୍କୁ ପରିବହନ, କେହେଲିୟା ରାମ୍‌ବୁକ୍‌ୱେଲାଙ୍କୁ ସ୍ୱାସ୍ଥ୍ୟ, ରମେଶ ପଥିରାନାଙ୍କୁ ଶିଳ୍ପ, ବିଦୁର ବିକ୍ରମନାୟକଙ୍କୁ ଧର୍ମ ଓ ସଂସ୍କୃତି, ନାସିର ଅହମ୍ମଦଙ୍କୁ ପରିବେଶ, ରୋଶନ ରଣସିଂଘେଙ୍କୁ ଜଳସେଚନ, କ୍ରୀଡା ଓ ଯୁବସେବା ଏବଂ ମହିନ୍ଦା ଅମରବୀରାଙ୍କୁ କୃଷି, ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗର ଦାୟିତ୍ୱ ଦିଆଯାଇଛି । ଇତିପୂର୍ବରୁ ରାଷ୍ଟ୍ରପତି ଗତ ଶୁକ୍ରବାର ୯ ଜଣ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇସାରିଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଘେଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking