25.1 C
Bhubaneswar
Thursday, October 9, 2025
Homeଅପରାଧବୀମା ଟଙ୍କା ପାଇବାକୁ ସୁପାରୀ ଦେଇ ବାପାଙ୍କୁ ମାରିଦେଲା ପୁଅ !

ବୀମା ଟଙ୍କା ପାଇବାକୁ ସୁପାରୀ ଦେଇ ବାପାଙ୍କୁ ମାରିଦେଲା ପୁଅ !

ଭୋପାଳ: ଟଙ୍କା ଆଗରେ ଆଜି ସମ୍ପର୍କ ତୁଚ୍ଛ । ଯେଉଁ ବାପା ଜନ୍ମ ଦେଇ ଭରଣପୋଷଣ କରିବା ସହ ବଡ଼ ମଣିଷ କରିଥିଲେ, ଆଜି ସେ ବି ପିଲାଙ୍କ ପାଇଁ ବୋଝ ପାଲଟି ଯାଇଛନ୍ତି । ଆଉ ସାମାନ୍ୟ କେଇଟା ଟଙ୍କା ଲୋଭରେ ବାପାଙ୍କୁ ଜୀବନରୁ ମାରିଦେବା ପାଇଁ ବି ପିଲାମାନେ ପଛାଉ ନାହାନ୍ତି । ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ବଡ଼ବାନୀରେ । ଦୁର୍ଘଟଣା ବୀମା ରାଶି ପାଇବା ପାଇଁ ଜଣେ ପୁଅ ନିଜର ବାପାଙ୍କୁ ସୁପାରୀ ଦେଇ ହତ୍ୟା କରାଇଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।

ନଭେମ୍ବର ୧୦ରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଥିଲେ ବଡ଼ବାନୀ ଅଞ୍ଚଳର ଛଗନ ପାନୱା । ମୃତ୍ୟୁ ପରେ ଅଭିଯୁକ୍ତ ପୁଅ ନିଜେ ଥାନା ଯାଇ ଥାନାରେ ଅଭିଯୋଗ କରିଥିଲା । ପ୍ରାଥମିକ ତଦନ୍ତରେ ପୋଲିସ ହତ୍ୟା ସମ୍ପର୍କରେ ଆଦୌ ଜାଣିପାରି ନଥିଲା । ସଡ଼କ ଦୁର୍ଘଟଣାର ରୂପ ଦେଇ ବାପାଙ୍କର ହତ୍ୟା କରାଇଥିଲା ପୁଅ ଅନୀଲ ପାୱାର । ହେଲେ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିବା ପରେ ପୁଅର ଷଡ଼ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା । କାରଣ ଦୁର୍ଘଟଣା ପୂର୍ବରୁ ଦୁର୍ଘଟଣା ଘଟାଇଥିବା ଗାଡ଼ି ସେହି ସ୍ଥାନରେ ଦୀର୍ଘ ସମୟ ଧରି ଘୁରି ବୁଲୁଥିଲା ।

ପରେ ତଦନ୍ତ ବେଳେ ଜଣାପଡ଼ିଲା, ମୃତକଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯାଇଥିଲା । ପଚରାଉଚରା ପରେ ପ୍ରଥମେ ଏକ କାହାଣୀ ଶୁଣାଇଥିଲା ଅଭିଯୁକ୍ତ, ହେଲେ ପୋଲିସ ସାମ୍ନାରେ ତା’ର ମିଛ ବେଶୀ ସମୟ ଧରି ଲୁଚି ପାରିନଥିଲା । ଶେଷରେ ସତ ମାନିଲା ଯାଇଥିଲା । ଏହି ମାମଲାରେ ପୁଅ ଅନୀଲ ସମେତ କରଣ ସିନ୍ଦେ, ଗୋଲୁ ବାବର, ଦେବେନ୍ଦ୍ର ସକ୍ସେନାଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking