25.1 C
Bhubaneswar
Wednesday, February 12, 2025
Homeଓଡିଶାମା’କୁ ବାହାରେ ଛାଡ଼ି ଘରେ ତାଲା ପକାଇଲେ ପୁଅ-ବୋହୂ

ମା’କୁ ବାହାରେ ଛାଡ଼ି ଘରେ ତାଲା ପକାଇଲେ ପୁଅ-ବୋହୂ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଖାରିଢେପ ଗ୍ରାମରେ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗ୍ରାମର ଜଣେ ବୃଦ୍ଧା ମା’ଙ୍କର ୩ ପୁଅ ଥିବାବେଳେ ମା’ କିନ୍ତୁ ଘର ବାହାରେ ପଡ଼ିରହିଛି । ଯେଉଁ ମା’ ୧୦ ମାସ ଗର୍ଭରେ ଧାରଣ କରି ଜନ୍ମ ଦେଇଛି ସେହି ମା’ ପୁଅଙ୍କୁ ବଡ଼ କରିବା ପରେ ଚାକିରି କରି ମାକୁ ନିର୍ଯାତନା ଦେଉଛି । ସୂଚନାନୁସାରେ, ଖାରିଢେପ ଗ୍ରାମର କୁମୁଦିନି ମଳିକ (୬୦)ଙ୍କର ତିନୋଟି ପୁଅ ଓ ତିନୋଟି ଝିଅ । ସମସ୍ତେ ବଡ ହେବା ପରେ ବିବାହ ହୋଇ ସାରିଲେଣି ।

ବଡ଼ ପୁଅ କିଛି ବର୍ଷ ହେଲା ମୃତ୍ୟୁବରଣ କରିଥିବା ବେଳେ ରାଜ୍ୟ ସରକାର ଦେଇଥିବା ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ । ସେହି ଘରେ ସାନ ପୁଅ ନୀଳମାଧବ ମଳିକ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି । ନୀଳମାଧବ ଚାକିରୀ ପାଇ ଢେଙ୍କାନାଳରେ ପୋଲିସ ବିଭାଗରେ ନିଯୁକ୍ତି ପାଇ ସେଠି ରହୁଛନ୍ତି । କିନ୍ତୁ ତାଙ୍କ ସ୍ତ୍ରୀ ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି । ନୀଳଙ୍କର ବିଧବା ବୁଢିମାକୁ ବୋହୁ ଅହଲ୍ୟା ଘରୁ ବାହାର କରିଦେବା ସହ ତାଙ୍କର ଲୁଗାପଟା ଏବଂ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ପଦାକୁ ଫିଙ୍ଗଦେଇ ଘର କବାଟରେ ତାଲା ପକାଇ ଚାଲିଯାଇଛନ୍ତି ନିଜ ସ୍ୱାମୀ ପାଖକୁ । ଅନ୍ୟ ପକ୍ଷରେ ବୃଦ୍ଧା ମା’ ରାତି ସାରା ନଖାଇ ନ ପିଇ ଘର ପିଣ୍ଡାରେ ରାତି କାଟିଛନ୍ତି ।

ଏହି ଘଟଣା ଜାଣିବାପରେ ଗ୍ରାମବାସୀ ବୈଠକ କରି ସମାଧାନ ପାଇଁ ନୀଳମାଧବକୁ ଡାକିଥିଲେ । କିନ୍ତୁ ନୀଳମାଧବ ଗ୍ରାମରେ ପହଞ୍ôଚ ନଥିଲେ । କୁମୁଦିନିଙ୍କର ମଝିଆ ବୋହୁ ମୁଠେ ଖାଇବାକୁ ଦେବାରୁ ସେ ଖାଇ ବାରଣ୍ଡାରେ ଦିନରାତି ବିତାଉଛନ୍ତି । ଏହିଭଳି ଉଚ୍ଚ ଶିକ୍ଷିତ ଏବଂ ପୋଲିସ ବିଭାଗରେ ଚାକିରି କରି କିପରି ଜନ୍ମ ଦେଇଥିବା ମାକୁ ବର୍ଷା ଖରାରେ ଘରୁ ତଡିଦେଲେ ତାହା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେଣୁ ଉକ୍ତ ପୁଅ ବୋହୁ ପ୍ରତି ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking