29.1 C
Bhubaneswar
Sunday, May 19, 2024
Homeନୂଆବର୍ଷ-୨୦୨୪ନୂଆବର୍ଷ ପୂର୍ବରୁ ଝଲସିବ ସ୍ମାର୍ଟ ସିଟି

ନୂଆବର୍ଷ ପୂର୍ବରୁ ଝଲସିବ ସ୍ମାର୍ଟ ସିଟି

ଭୁବନେଶ୍ୱର : ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି ଏବଂ ପାଖେଇ ଆସୁଛି ନୂଆବର୍ଷ। ଏବେଠୁ ଭୁବନେଶ୍ବରରେ ବଢ଼ିଲାଣି ଗହଳଚହଳ। ନୂଆବର୍ଷ ପାଇଁ ଛୁଟି ଆସିଲେଣି ପର୍ଯ୍ୟଟକ। ନୂଆବର୍ଷ ପୂର୍ବରୁ ଝଲସିବ ସ୍ମାର୍ଟ ସିଟି ଭୁବନେଶ୍ୱର। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୁକ୍ତା ଯୋଜନାରେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ସହର ସୌନ୍ଦର୍ଯ୍ୟ ପାଇଁ ବିଏମସି ଆଉ ଦି ପାଦ ଆଗକୁ ବଢ଼ାଇଛି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଆଇ ଲଭ ଭୁବନେଶ୍ୱର ପଏଣ୍ଟକୁ ଅତ୍ୟାଧୁନିକ ଡିଜାଇନରେ ସୁସଜ୍ଜିତ କରାଯାଇଛି।ଭର୍ଟିକାଲ ଗାର୍ଡେନ ସହ ୱାଟର ସିନେରୀ ଡିଜାଇନ, ଆଲୋକୀକରଣ, ସିଟିଙ୍ଗ ଓ ୱାଲକିଙ୍ଗ ସ୍ଥାନକୁ ଅଧିକ ଆକର୍ଷିତ କରାଯାଇଛି। ଏଥିପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାର୍ଯ୍ୟ କରିଛନ୍ତି।  ସେପଟେ ବାହାର ରାଜ୍ୟର ଲୋକ ବି ଭୁବନେଶ୍ୱର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking