28.1 C
Bhubaneswar
Thursday, May 2, 2024
Homeଓଡିଶାବଢ଼ୁଛି ନଈ, ବଢ଼ୁନି ନୌପରିବହନ

ବଢ଼ୁଛି ନଈ, ବଢ଼ୁନି ନୌପରିବହନ

ଭୁବନେଶ୍ୱର: ନଦୀ ଏବେ ଉତ୍ତାଳ ଓ ଅଥଳ । ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଉପର ମୁଣ୍ଡର ଅଧିକ ବର୍ଷା କାରଣରୁ ମହାନଦୀ ସମେତ ରାଜ୍ୟର ସବୁ ନଦୀ ବଢ଼ିଛି । ଉଛୁଳିଛି ବନ୍ୟା ଜଳ । ହେଲେ ଏହି ଉଛୁଳା ନଦୀ ଉପରେ ଭରଷା କରି ଜିଉଁଥିବା ଲୋକଙ୍କ ଜୀବନ ଜୀବିକା ଯେମିତି ଭାଷିଯାଇଛି । ଅଧଧିକାଂଶ ଜେଟିରେ ନୌପରିବହନ ପ୍ରାୟତଃ ଠପ୍ । ବିଶେଷକରି ଚାନ୍ଦବାଲି ଓ ବାଲୁଗାଁ ସେକ୍ଟର ଯେଉଁଠି ବେଶୀ ଲୋକ ଯା’ଆସ କରିବା କଥା ସେଠାରେ ଖାଁ ଖାଁ । କୋଭିଡ୍ ସବୁକିଛି ହିସାବ ବିଗାଡ଼ି ଦେଇଛି । ଫଳରେ ଏହା ଉପରେ ନିର୍ଭରଶୀଳ ବହୁ ଲୋକ ବେକାର ହେବାକୁ ବାଧ୍ୟ ହୋଇଛନ୍ତି ।  ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ରାଜ୍ୟରେ ତିନି ଗୋଟିି ସେକ୍ଟରରେ ନୌପରିବହନ ଚାଲିଛି ।

ତାହା ହେଉଛି ଚାନ୍ଦବାଲି, ବାଲୁଗାଁ ଓ ହୀରାକୂଦ ସେକ୍ଟର । ତେବେ ଚାନ୍ଦବାଲି ଓ ବାଲୁଗାଁ ନୌପରିବହନକୁ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ହୀରାକୂଦ ସେକ୍ଟରରେ କେବଳ ପର୍ଯ୍ୟଟକ ଓ ଦୀପାଞ୍ଚଳ ଲୋକେ ନୌକାରେ ଯିବା ଆସିବା କରିଥାନ୍ତି । ରାଜ୍ୟର ଅର୍ନ୍ତଦେଶୀୟ ଜଳପଥରେ ପରିବହନ ଏହି ବ୍ୟବସ୍ଥା ହୋଇଛି ।  ରିପୋର୍ଟ ଅନୁସାରେ ଚାନ୍ଦବାଲି ସେକ୍ଟରେ ୪ଟି ଜଳମାର୍ଗ ରହିଛି । ତାହା ହେଉଛି ଚାନ୍ଦବାଲି-ତାଳଚୂଆ, ଚାନ୍ଦବାଲି -ଆରଡ଼ି, ଚାନ୍ଦବାଲି-ଭିତରକନିକା ଓ ଚାନ୍ଦବାଲି-ରାଜନଗର । ଯାତ୍ରୀ କମିଯିବା କାରଣରୁ ଚାନ୍ଦବାଲି -ଆରଡ଼ି ଜଳମାର୍ଗକୁ ବନ୍ଦ କରି ଦିଆଯାଇଛି । ହେଲେ ଚାନ୍ଦବାଲି-ତାଳଚୂଆ ଜଳମାର୍ଗରେ ଦିନକୁ ଦୁଇ ଥର ନୌକା ଚାଲିଥିବାବେଳେ ଚାନ୍ଦବାଲି-ଭିତରକନିକା ଜଳମାର୍ଗ କେବଳ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।

ସରକାରୀ ମାର୍ଗଦର୍ଶିକା ଆଧାରରେ ଲାଇସେନ୍ସ ପ୍ରାପ୍ତ ଘରୋଇ ବ୍ୟବସାୟୀମାନେ ନୌକା ଚଳାଇଥାନ୍ତି । ଅନ୍ୟପକ୍ଷରେ ବାଲୁଗାଁ ସେକ୍ଟରରେ ବି ପାଞ୍ଚଟି ଜଳମାର୍ଗ ରହିଛି । ତାହା ହେଉଛି ବାଲୁଗାଁ-କୃଷ୍ଣପ୍ରସାଦ, ବାଲୁଗାଁ-କାଳିଜାଇ, ବାଲୁଗାଁ-ନୂଆପଡ଼ା, ବାଲୁଗାଁ- ସାତପଡ଼ା, ନୂଆଗଡ଼-ଗଣ୍ଡକୁଳ । ବାଲୁଗାଁ-କୃଷ୍ଣପ୍ରସାଦ ଜଳମାର୍ଗରେ ଦିନକୁ ତିନି ଥର ଯିବାର ଅନୁମତି ରହିଛି । ହେଲେ ଯାତ୍ରୀ ଅଭାବ ସମସ୍ୟା ଘାରିଛି । ନୂଆଗଡ଼-ଗଣ୍ଡକୁଳ ଜଳମାର୍ଗା ଦିନକୁ ଦୁଇଥର ଯିବାର ବ୍ୟବସ୍ଥା ଥିଲେ ହେଁ ଲୋକଙ୍କ ଅଭାବ ସମସ୍ୟା ରହିଛି । ସେହିପରି ଯାତ୍ରୀ ଅବଭାବରୁ ବାଲୁଗାଁ-ନୂଆପଡ଼ା ଏବଂ ବାଲୁଗାଁ- ସାତପଡ଼ା ଜଳମାର୍ଗକୁ ବନ୍ଦ୍ ରହିଛି । ଚିଲିକାର ଗଭୀରତା କମ୍ ଯୋଗୁଁ ବି କିଛି ସ୍ଥାନରେ ସମସ୍ୟା ସୃଷ୍ଟି ହୋଇଛି । ସେଥିପାଇଁ ଚିଲିକା ଉନ୍ନୟନ କତ୍ତୃପକ୍ଷ (ସିଡିଏ) କେତେକ ଚିହ୍ନଟ ସ୍ଥାନରେ ଡ୍ରେଜିଂ କରୁଛି ।
ବାଲଗାଁ ଓ ଚାନ୍ଦବାଲି ଦୁଇ ସେକ୍ଟରରେ ମୋଟ୍ ୧୪ଟି ଲଞ୍ଚ ଚାଲୁଛି । ଏଥିପାଇଁ ୧୪ଟି ଜେଟି ନିର୍ମାଣ ହୋଇଛି ।

ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ ବି ନିର୍ମାଣ କରାଯାଇଅଛି । ତାହା ହେଉଛି ଭଦ୍ରକ ଜିଲ୍ଲାର ଚରଡିିଆ, ଧାମରା, ଆରଡି, ଚାନ୍ଦବାଲି । ସେହିପରି କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ନଳିତାପାଟିଆ, ତାଳଚୁଆ, ଗୁପ୍ତି । ଜଗତସିଂହପୁର ଜିଲ୍ଲାର ସେମିତି ଗଣ୍ଡକୁଳ, ଖୋର୍ଦ୍ଧା ଜିଲ୍ଲାରେ ବାଲୁଗାଁ, କାଳଜାଇ, ପୁରୀ ଜିଲ୍ଲାର ଅସ୍ତରଙ୍ଗ, କୃଷ୍ଣପ୍ରସାଦ ଗଡ଼ ଓ ସାତପଡ଼ାରେ ଏହି ଜେଟି ଓ ପ୍ରତୀକ୍ଷାଳୟ ରହିଛି । ଏସବୁ ମଧ୍ୟରୁ ଅଧୀକାଂଶ ଅଚଳ । ଯାତ୍ରୀ ଅଭାବ ବଡ଼ ସମସ୍ୟା । କୋଭିଡ୍ ଯୋଗୁଁ ଲଞ୍ଚ ଚାଲିପୁରୁନାହିଁ । ଚାଲିଲେ ତେଲ ପକାଇବାକୁ ବି ପଇସା ହେଉନି । ଭଡ଼ା ଅଧିକ କଲେ ସ୍ଥାନୀୟ ଲୋକେ ଦେଉ ନାହାଁନ୍ତି । ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking