29.1 C
Bhubaneswar
Wednesday, April 24, 2024
Homeଓଡିଶାସିଏମ୍‌ସିର ଅବହେଳା : ଘରେ ପଶୁଛନ୍ତି ସାପ, ଗୋଧି, ଲୋକ ଭୟଭୀତ

ସିଏମ୍‌ସିର ଅବହେଳା : ଘରେ ପଶୁଛନ୍ତି ସାପ, ଗୋଧି, ଲୋକ ଭୟଭୀତ

କଟକ: କଟକ ସହରରେ ଲଘୁଚାପଜନିତ ଲଗାଣ ବର୍ଷା ଛାଡ଼ିବାର ୪ଦିନ ବିତିଯାଇଥିଲେ ମଧ୍ୟ ଲୋକଙ୍କ ଅବସ୍ଥା ସୁଧୁରିନଥିବା ଅଭିଯୋଗ ହୋଇଛି । ଗତ ସୋମବାର ରାତିରୁ ଆରମ୍ଭ ହୋଇଥିବା ଲଗାଣବର୍ଷା ଦୁଇଦିନ ଧରି ଲାଗିରହିବା ଯୋଗୁଁ କଟକ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା । ବର୍ଷା ପାଣିରେ ଯାତାୟାତ ଏକପ୍ରକାର ଅସମ୍ଭବ ହୋଇଯାଇଥିଲା । ବର୍ଷା ଛାଡ଼ିବାର ୪ଦିନ ବିତିଯାଇଥିଲେ ମଧ୍ୟ ସହରର ଅନେକ ସ୍ଥାନରେ ଏବେସୁଦ୍ଧା ପାଣି ଜମି ରହିଛି । ବର୍ଷାର ପାଣି ଜମି ରହିଥିବା ଅଞ୍ଚଳରେ ଲୋକେ ସିଏମ୍‌ସିର ଜରୁରିକାଳୀନ କକ୍ଷକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଫଳରେ ସେହି ସ୍ଥାନରେ ସାପ, ଗୋଧି ଭଳି ବିଭିନ୍ନ ସରୀସୃପଙ୍କ ଉପସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କଟକ ସହରରେ ଏଭଳି ଅବସ୍ଥା ସିଏମ୍‌ସିର ପାରିବା ପଣିଆ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ସିଏମ୍‌ସି ଅନ୍ତର୍ଗତ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ଅଞ୍ଚଳରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଲଘୁଚାପଜନିତ ବର୍ଷାରେ ସେହି ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା । ଲଗାଣ ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ବର୍ଷା ସିଏମ୍‌ସି ପକ୍ଷରୁ ସମ୍ପୂର୍ଣ୍ଣ ପାଣି ନିଷ୍କାସନ କରାଯାଇପାରିନାହିଁ । ପାଣି ଜମିବା ଯୋଗୁଁ ସରୀସୃପମାନେ ଘରେ ପଶିବା ଆରମ୍ଭ କରିଦେଇଛନ୍ତି । ଏଥି ସହିତ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାରେ ଲାଗିଛି । ଯାହାକୁ ନେଇ ପରିବାର ଲୋକ ଭୟଭୀତ ହୋଇଯାଇଛନ୍ତି । ଏହାକୁ ନେଇ କ୍ରମଶଃ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସିଏମ୍‌ସି କମିଶନରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking