40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଝଗଡ଼ା ନେଲା ଭୟଙ୍କର ରୂପ; ସ୍ତ୍ରୀକୁ ଜୀଅନ୍ତା ପୋଡ଼ିଦେଲା ସ୍ୱାମୀ

ଝଗଡ଼ା ନେଲା ଭୟଙ୍କର ରୂପ; ସ୍ତ୍ରୀକୁ ଜୀଅନ୍ତା ପୋଡ଼ିଦେଲା ସ୍ୱାମୀ

ନୂଆଦିଲ୍ଲୀ: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲା । ଦିଲ୍ଲୀରେ ଏପରି ଭୟଙ୍କର ତଥା ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗତ ମଙ୍ଗଳବାର ଦିନ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅଭିଯୁକ୍ତଜଣକ ନିଜ ସ୍ତ୍ରୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେବା ଫଳରେ ଉକ୍ତ ମହିଳାଙ୍କର ମୃତ୍ୟୁ ହୋଇଛି । ବେଗମ୍ପୁର ପୋଲିସ ଷ୍ଟେସନରୁ ମିଳିଥିବା ତଥ୍ୟ ଅନୁସାରେ ଏକ କଲ୍ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିଲା । ଉକ୍ତ କଲ୍ ରେ ଏକ ଘରେ ନିଆଁ ଲାଗିଥିବା କଥା କୁହାଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଫଳରେ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା ।

ପୋଲିସ ଘରେ ପହଞ୍ଚିବା ପରେ ଘରର ଭିତର ପଟରୁ ମୁଖ୍ୟ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲା । ସ୍ଥାନୀୟ ଅଧିକାରୀ ଜଣକ କହିଛନ୍ତି ଯେ, ଯାଞ୍ଚରେ ବେଳେ ଘର ଭିତରେ ଜଣେ ମହିଳା ଥିଲେ । ମହିଳା ଜଣକ ଗୁରୁତର ଆହତ ହୋଇ ଚେତାଶୂନ୍ୟ ଭାବେ ପଡ଼ି ରହିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରେ ଅନ୍ୟ ଏକ ମେଡ଼ିକାଲରୁ ଜଣେ ପୁରୁଷ ଓ ତାଙ୍କର ଦୁଇଟି ଛୁଆ ଆହତ ଥିବା ନେଇ କଲ୍ ଆସିଥିଲା । ପରେ ପୁରୁଷ ଜଣକ ପୋଡ଼ି ଯାଇଥିବା ମହିଳାଙ୍କ ସ୍ୱାମୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ତେବେପ ପିଲାଙ୍କ ମଧ୍ୟରୁ ଜଣେ ପୋଲିସକୁ ସୂଚନା ଦେଇ କହିଛନ୍ତି ଯେ, ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏନେଇ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking