34.1 C
Bhubaneswar
Wednesday, October 7, 2026
Homeଓଡିଶାଓଡ଼ିଶାର ବିକାଶ ପଛରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଅତୁଳୀୟ: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବିକାଶ ପଛରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଅତୁଳୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ସରକାରର ମୁଖ୍ୟ ରହିବାର ୨୫ ବର୍ଷ ପୂରଣ କରିଛନ୍ତି। ଏଥିଲାଗି ଭାରତୀୟ ଜନତା ପାର୍ଟି (ବିଜେପି) ସାରା ଦେଶରେ ସେବା ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଛି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଖୋର୍ଦ୍ଧାରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ’ସବ୍‌କା ସାଥ୍ ସବକା ବିକାଶ, ସବ୍‌କା ବିଶ୍ବାସ ସବ୍‌କା ପ୍ରୟାସ’ର ସ୍ଲୋଗାନ୍ ଦେଇଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶବାସୀଙ୍କ ପ୍ରତି ପ୍ରତିବଦ୍ଧତା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଆହୁରି କହିଛନ୍ତି, ୨୦୨୪ ଯାଏ ଯେଉଁ ସରକାର ଥିଲେ ସେ ଯାହା କରିପାରିନଥିଲେ, ଏଇ ୨୭ ମାସର ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ବିକାଶ କ୍ଷେତ୍ରରେ ତାହା କରିଦେଖାଇଛନ୍ତି। ପୂର୍ବ ସରକାର ଚାହିଁଥିଲେ କରିପାରିଥାନ୍ତେ, କିନ୍ତୁ କରିନଥିଲେ। ଆମ ଲୋକଙ୍କ ସରକାର ସାରା ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ କେଜି ଠାରୁ ପିଜି ଯାଏ ମାଗଣା ଶିକ୍ଷାର ପ୍ରଚଳନ କରିଛନ୍ତି। ଆମର ସୁଭଦ୍ରା ଯୋଜନା ଦ୍ବାରା କୋଟିଏରୁ ଅଧିକ ଭଉଣୀମାନେ ଉପକୃତ ହୋଇଛନ୍ତି। ଏସମସ୍ତ ଯୋଜନା ପଛରେ ମୋଦୀଜୀଙ୍କର ଅବଦାନ ଅତୁଳନୀୟ।ଆଜି ବିଜେପି ୩୧ଟି ସାଂଗଠନିକ ଜିଲ୍ଲାରେ ମୋହନ ଚରଣ ମାଝୀ ସେବା ଜ୍ୟୋତି ଯାତ୍ରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking