31.1 C
Bhubaneswar
Wednesday, October 7, 2026
Homeଦେଶ ବିଦେଶଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

ଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ (ଏୟାର ଚିଫ ମାର୍ଶାଲ) ଅମର ପ୍ରୀତ ସିଂହଙ୍କ ସ୍ଥାନ ନେବେ। ଶ୍ରୀ ସିଂହ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ। ୨୦ରୁ ଅଧିକ ପ୍ରକାରର ବିମାନରେ ତାଙ୍କର ୩,୫୦୦ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ସେ ଜଣେ ପରୀକ୍ଷାମୂଳକ ଟେଷ୍ଟ ପାଇଲଟ୍ ଓ ଯୋଗ୍ୟ ଫ୍ଲାଇଂ ଇନଷ୍ଟ୍ରକ୍ଟର ମଧ୍ୟ। ଏୟାର ମାର୍ଶାଲ ଏହା ପୂର୍ବରୁ ସିଆଇଏସସି, ମୁଖ୍ୟାଳୟ ଆଇଡିସି ଓ ଏଓସି-ଇନ-ସି, ସେଣ୍ଟ୍ରାଲ ଏୟାର କମାଣ୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିସାରିଛନ୍ତି। ଶ୍ରୀ ଦୀକ୍ଷିତଙ୍କ ପାଖରେ ମିରାଜ-୨୦୦୦, ମିଗର ଅଲଗା ଅଲଗା ବିମାନ, ଏଚପିଟି-୩୨, ଏଏନ-୩୨, ଆଭ୍ରୋ, କିରନ, ଜାଗୁଆର,ଆଇଏଲ-୭୮, ହକ୍ ଓ ତେଜସ୍ ସମେତ ବିଭିନ୍ନ ବିମାନରେ
ବ୍ୟାପକ ଉଡ଼ାଣ ଅଭିଜ୍ଞତା ରହିଛି। ଚାରି ଦଶନ୍ଧିର ସେବା ସମୟରେ ସେ ଅନେକ ଅପରେସନ୍ ଓ ଯୁଦ୍ଧାଭ୍ୟାସରେ ସକ୍ରିୟ ଭାବେ ଜଡ଼ିତ ରହିଛନ୍ତି। ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ, କୋପ୍-ଇଣ୍ଡିଆ ଓ ଅପରେସନ୍ ସିନ୍ଦୂରରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking