26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଚୀନକୁ ପୁଣି ଗ୍ରାସିବ ମହାମାରୀ; ପୁଣି ଆସିବ କୋଭିଡର ଭୟାନକ ଲହର

ଚୀନକୁ ପୁଣି ଗ୍ରାସିବ ମହାମାରୀ; ପୁଣି ଆସିବ କୋଭିଡର ଭୟାନକ ଲହର

ନୂଆଦିଲ୍ଲୀ : ଚୀନକୁ ପୁଣି ଗ୍ରାସିବ ମହାମାରୀ । ପୁଣି ଆସିବ କୋଭିଡର ଭୟାନକ ଲହର । ଜୁନରେ ଶୀର୍ଷ ଛୁଇଁବ ସଂକ୍ରମଣ । ଜୁନ ଶେଷ ବେଳକୁ ସାଢେ ୬ କୋଟି ଲୋକ ସଂକମ୍ରିତ ହେଉଥିବେ । ଏକଥା ଆକଳନ କରିଛନ୍ତି ଚୀନର ଶ୍ୱାସରୋଗ ବିଶେଷଜ୍ଞ ଝୋଙ୍ଗ ନାନସାନ । ଚୀନର ନୂଆ ଲହର ପଛରେ ରହିଛି ଏକ୍ସବିବି ଭାରିଆଣ୍ଟ । ଥରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ପୁଣି ଥରେ ସଂକ୍ରମିତ କରୁଛି ଏକ୍ସବିବି ଭାରିଆଣ୍ଟ । କାମ କରୁନି ଟିକା । ରୋଗ ପ୍ରତିରୋଧ ଶକ୍ତିକୁ ମାତ୍ ଦେଉଥିବା ଏହି ଭାରିଆଣ୍ଟ ଚୀନର ଚିନ୍ତା ବଢ଼ାଇଛି । ଚୀନ୍ ସ୍ୱାସ୍ଥ୍ୟ ବିଭାଗର ଡାଟା କହୁଛି ଏବେ ସଂକ୍ରମିତ ହେଉଥିବା ୩୬୮ ଜଣଙ୍କ ମଧ୍ୟରୁ ୧୦୪ ଜଣ ପୁନଃ ସଂକ୍ରମିତ ହେଉଛନ୍ତି । ତେବେ ପ୍ରଥମ ଲହର ଶୀର୍ଷ ଭଳି ଦ୍ୱିିତୀୟ ଲହରର ଶୀର୍ଷ ସଂକ୍ରମଣ ଘାତକ ହେବ ନାହିଁ । ଏମିତି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କିନ୍ତୁ ସମ୍ବେଦନଶୀଳ ବର୍ଗଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସଚେତନ କରିଛନ୍ତି । ପୁରୁଣା ଟିକା କାମ କରୁନଥିବାରୁ ଏହି ଭାରିଆଣ୍ଟ ପାଇଁ ନୂଆ ଟିକା ଆଣୁଛି ଚୀନ । ଖୁବ୍ ଶୀଘ୍ର ଚୀନ ବଜାରକୁ ଆସିବ ୨ଟି ନୂଆ ଟିକା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking