26.1 C
Bhubaneswar
Friday, March 29, 2024
Homeସ୍ୱାସ୍ଥ୍ୟଘରେ ବନାନ୍ତୁ ଲେମନଗ୍ରାସ୍ ସାବୁନ୍‌; ପାଇବେ ଏକଦମ୍ କ୍ଲିୟର ଓ ଗ୍ଲୋଇଂ ତ୍ୱଚା, ଆସନ୍ତୁ ଜାଣିବା...

ଘରେ ବନାନ୍ତୁ ଲେମନଗ୍ରାସ୍ ସାବୁନ୍‌; ପାଇବେ ଏକଦମ୍ କ୍ଲିୟର ଓ ଗ୍ଲୋଇଂ ତ୍ୱଚା, ଆସନ୍ତୁ ଜାଣିବା କିପରି ଏହାକୁ ବନାଇବେ….

ଭୁବନେଶ୍ୱର: ଲେମନଗ୍ରାସ ଏକ ବହୁତ ପୌଷ୍ଟିକ ଫୁଡ ଆଇଟମ୍ । ଯାହା ଆପଣଙ୍କୁ ଅନେକ ହେଲ୍ଥ ଏବଂ ସ୍କିନ ସମସ୍ୟାରୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ସ୍କିନରେ ଲେମନଗ୍ରାସ ଲଗାଇବେ ତାହେଲେ ଏହାଦ୍ୱାରା ଆପଣଙ୍କର ବ୍ରଣ ଏବଂ ହାଇପରପିଗମେଣ୍ଟେସନ ଭଳି ସମସ୍ୟା ଦୂର ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବତାଇବୁ ଘରେ କିପରି ଆପଣ ଏହି ସାବୁନକୁ ତିଆରି କରିବେ । ଏହି ସାବୁନକୁ ଲଗାଇଲେ ଆପଣଙ୍କ ସ୍କିନ ଡିପ୍ ନରିସ ରହିଥାଏ । ଏହାସହିତ ଏହାଦ୍ୱାରା ଆପଣଙ୍କ ସ୍କିନରେ ହେଉଥିବା ଦାଗ ଚିହ୍ନ ଆଦି ମଧ୍ୟ ଚାଲିଯାଏ । ତାହେଲେ ଆସନ୍ତୁ ଜାଣିବା ଏହାକୁ ଘରେ କେମିତି ସହଜରେ କରିବେ ପ୍ରସ୍ତୁତ ।
ଲେମନଗ୍ରାସ୍ ସାବୁନ ପାଇଁ କ’ଣ ସାମଗ୍ରୀ ଦରକାର ଜାଣନ୍ତୁ….
ଲେମନଗ୍ରାସ ପ୍ରାୟ ଅଧା କପ୍ ସୁଖିଲା କିମ୍ବା କଟା ହୋଇଥିବା
ଏକ ମିକ୍ସିଙ୍ଗ୍ ସ୍ପୁନ୍‌
ପ୍ରାୟ ୧୦୦ ଗ୍ରାମ ଗ୍ଲିସରିନ୍ ଯୁକ୍ତ ୱାକ୍ସ
୧ ସାବୁନ ବନାଇବା ପାଇଁ ମୋଲଡିଙ୍ଗ
ପ୍ରାୟ ୧ ଚାମଚ ରବିଙ୍ଗ ଆଲକୋହଲ
୫ରୁ୭ ବୁନ୍ଦା ଲେମନଗ୍ରାସ ଆସେନସିଆଲ ଅଏଲ
କିପରି ଏହାକୁ ବନାଇବେ ଜାଣନ୍ତୁ….
ଲେମନଗ୍ରାସ୍ ସାବୁନ ବନାଇବା ପାଇଁ ଆପଣ ସର୍ବପ୍ରଥମେ ଗ୍ଲିସେରିନଯୁକ୍ତ ୱାକ୍ସ ନିଅନ୍ତୁ । ଏହାପରେ ଆପଣ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଅଲଗା ରଖିଦିଅନ୍ତୁ । ଏହାପରେ ଆପଣ ଏକ ପ୍ୟାନରେ ପାଣି ଭରନ୍ତୁ ଏବଂ ଏହା ଭିତରେ ଆଉ ପାତ୍ରକୁ ରଖନ୍ତୁ । ଏହାପରେ ଏହି ପାତ୍ରରେ ୱାକ୍ସ ପକାଇ ଭଲଭାବେ ମିଳାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ କାଟି ରଖିଥିବା ଲେମନଗ୍ରାସ ଖଣ୍ଡକୁ ପକାଇଦିଅନ୍ତୁ । ଏବେ ଏହି ଦୁଇଟି ଜିନିଷକୁ ମିଶାଇ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାପରେ ଏଥିରେ ରବିଙ୍ଗ ଆଲକୋହଲ ଏବଂ ଲେମନଗ୍ରାସ ଆସେନସିଆଲ ଅଏଲ ପକାନ୍ତୁ । ଏହାପରେ ଆପଣ ଏହାକୁ ଭଲଭାବେ ମିଶାଇ ତୁରନ୍ତ ସାବୁନ ମୋଲଡରେ ଢ଼ାଲନ୍ତୁ । ଏହାପରେ ଆପଣ ସାବୁନକୁ ସେଟ ହେବାକୁ ଛାଡିଦିଅନ୍ତୁ । ଏବେ ଆପଣଙ୍କର ହୋମମେଡ ଲେମନଗ୍ରାସ ସପ୍‌? ପ୍ରସ୍ତୁତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking