20.1 C
Bhubaneswar
Thursday, January 23, 2025
Homeଅପରାଧସାମାନ୍ୟ କଥାକୁ ନେଇ କର୍ମଚାରୀଙ୍କୁ ପୋଡ଼ିଦେଲା ଦୋକାନ ମାଲିକ

ସାମାନ୍ୟ କଥାକୁ ନେଇ କର୍ମଚାରୀଙ୍କୁ ପୋଡ଼ିଦେଲା ଦୋକାନ ମାଲିକ

ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଜଣେ ଦୋକାନ ମାଲିକ ସାମାନ୍ୟ କଥାକୁ ନେଇ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ପୋଡ଼ି ମାରିଦେଇଛି । ଘଟଣା ଜଣିପଡ଼ିବା ପରେ ପୁଲିସ ଦୋକାନ ମାଲିକ ତୌସିଫ୍ ହୁସେନ୍‌କୁ ମୁଲିହିଥଲୁରୁ ଗିରଫ କରିଛି । ପୀଡ଼ିତ କର୍ମଚାରୀଙ୍କ ନାମ ଗଜାନାନା ବୋଲି ମାଙ୍ଗାଲୁରୁ ସାଉଥ୍ ପୁଲିସ କହିଛି ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଗଜନାନାଙ୍କୁ ପ୍ରଥମେ ପୋଡ଼ି ଦେଇଥିଲା । ପରେ ପୁଲିସ ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ କରେଣ୍ଟ ଲାଗିବାରୁ ଗଜନାନାଙ୍କ ମୃତ୍ୟୁ ହୋଇଥିବା କହିଥିଲା । ପୁଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଦୋଷ ଲୁଚାଇବା ନିମନ୍ତେ ଦୋକାନରେ କାମ କରୁଥିବା ଗଜନାନାଙ୍କ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଥିବା ପଡ଼ୋଶୀଙ୍କୁ କହିଥିଲା । ମାତ୍ର ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ହୁସେନ୍ ପୀଡ଼ିତଙ୍କ ହତ୍ୟା କରିଥିବା ଜଣାପଡ଼ିଥିଲା । ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking