27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଦୁନିଆର ସବୁଠାରୁ ବୟସ୍କ କଇଁଛ

ଦୁନିଆର ସବୁଠାରୁ ବୟସ୍କ କଇଁଛ

ମୁମ୍ଵାଇ : ସେଣ୍ଟ୍‌. ହେଲେନା ଦ୍ୱୀପରେ ରହୁଥିବା କଇଁଛ  ଜୋନାଥନ୍‌ ୧୯୧ତମ ଜନ୍ମଦିନ ପାଳନ  କରିଛି । ତା’ର ପ୍ରକୃତ ବୟସ ସ୍ପଷ୍ଟ ନ ଥିଲେ  ମଧ୍ୟ ଗିନିଜ୍‌ ବିଶ୍ୱ ରେକର୍ଡସ ଅନୁସାରେ,  ୧୮୮୨ ମସିହାରେ ସେସେଲ୍ସଠାରୁ ସେଣ୍ଟ୍‌.  ହେଲେନା ଦ୍ୱୀପକୁ ଆସିବାବେଳେ ତା’ର  ବୟସ ଅତିକମ୍‌ରେ ୫୦ ବର୍ଷ ଥିଲା ।

ଜୋନାଥନ୍‌ ନିଜ ପ୍ରଜାତିଙ୍କର  ହାରାହାରି ଜୀବନକାଳ ୧୫୦ ବର୍ଷ ବୟସକୁ ଅତିକ୍ରମ କରିସାରିଛି ।  ଦୀର୍ଘ ସମୟ ଧରି ଜୋନାଥନ୍‌ର ଚିକିତ୍ସା କରୁଥିବା ଜୋ ହଲିନ୍ସ  କହିଛନ୍ତି, ଏବେ ବି ଏହା ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏହା ଘ୍ରାଣ ଶକ୍ତି ଓ  ମୋତିଆବିନ୍ଦୁ ଯୋଗୁ ଦୃଷ୍ଟିଶକ୍ତି  ହରାଇଛି । ତଥାପି ଏହାର  ଖାଦ୍ୟପେୟ ରୁଚି ଅପରିବର୍ତ୍ତିତ  ରହିଛି ।

ତା’ର ରକ୍ଷଣାବେକ୍ଷଣରେ  ନିଯୁକ୍ତ ଟିମ୍‌ ସପ୍ତାହରେ ଥରେ  ତାକୁ ହାତରେ ଫଳ ଓ ପରିବା  ଖୁଆଉଛନ୍ତି । ଏହାକୁ ଆବଶ୍ୟକ ପୋଷଣ ପ୍ରଦାନ କରୁଛି ।  ଏହି ଜୀବ ପୃଥିବୀ ପୃଷ୍ଠରେ ବାସ କରୁଥିବା ସମସ୍ତ ଜୀବଙ୍କ  ଜୀବନକାଳକୁ ପାର କରିସାରିଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟର  କଥା ବୋଲି ହୋଲିନ୍ସ ଗିନିଜ୍‌ ବିଶ୍ୱ ରେକର୍ଡସକୁ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking