23.1 C
Bhubaneswar
Monday, February 16, 2026
Homeଓଡିଶାଭିତରକନିକାରେ ବୃଦ୍ଧି ପାଇଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା

ଭିତରକନିକାରେ ବୃଦ୍ଧି ପାଇଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୨୩,୮୬୭ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହିସଂଖ୍ୟା ୧,୩୦,୧୨୩କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଗତ ବର୍ଷଠାରୁ ଚଳିତ ବର୍ଷ ୬୨୫୬ ଅଧିକ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଚଳିତ ବର୍ଷ ୧୩୦୦ ଗଛରେ, ୨୭୨୮୨ ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ଗତ ୯ ତାରିଖରୁ ୧୩ ଯାଏ ଭିତରକନିକାର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ସମେତ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ବାଲିଡିଆ ଆଇଲ୍ୟାଣ୍ଡରେ ପକ୍ଷୀ ଗଣନା କରାଯାଇଥିଲା।ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ବନ ବିଭାଗର ୪ଟି ଟିମ୍‌ ପକ୍ଷୀ ଗଣନା କରିଥିବାବେଳେ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ଗୋଟିଏ ଟିମ୍‌ ପକ୍ଷୀ ଗଣନା କରିଥିଲେ। ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ, ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟବଗ, ଖଇରା ବଗ, ମାଟିଆ ବଗ, ପାଣିକୁଆ, ଅନ୍ଧାରିଆ ବଗ, କାପରଖାଇ, ଦା ବେଣ୍ଟିଆ ଆଦି ପକ୍ଷୀଙ୍କ ଚିହ୍ନଟ କରାଯାଇଛି। ୨୦୧୬ ମସିହାରୁ ମଠଆଡିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking