27.1 C
Bhubaneswar
Friday, March 29, 2024
Homeଅପରାଧବାହାଘର ଦିନକ ପରେ ଅଲଗା ହେବାକୁ ଜିଦ୍‌ ଧରିଲେ ନବବିବାହିତା, ଜନଗହଳି ରାସ୍ତାରେ ସ୍ୱାମୀଙ୍କ ସହ...

ବାହାଘର ଦିନକ ପରେ ଅଲଗା ହେବାକୁ ଜିଦ୍‌ ଧରିଲେ ନବବିବାହିତା, ଜନଗହଳି ରାସ୍ତାରେ ସ୍ୱାମୀଙ୍କ ସହ କଲା କିଛି ଏପରି……

ଭୁବନେଶ୍ୱର: ଗୁରୁବାର ପବିତ୍ର ମୋହିନୀ ଏକାଦଶୀରେ ବୈଦିକ ରୀତିରେ ବିବାହ ହୋଇଥିଲା । ଦିନକ ପରେ ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ଜିଦ୍‌ ଧରିଲେ ସ୍ତ୍ରୀ । ମନୋମାଳିନ୍ୟ ଏପରି ଚରମ ରୂପ ନେଲା ଯେ, ଜନଗହଳି ପୁର୍ଣ୍ଣ ସ୍ଥାନରେ ସ୍ୱାମୀଙ୍କୁ ଅଧ ଘଣ୍ଟାଏରୁ ଅଧିକ ସମୟ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ । ପୁଲିସ ଓ ଜନସାଧାରଣଙ୍କ ବାରଣକୁ ବି ମାନିଲେନି । ଏମିତି ଘଟଣା ଶୁକ୍ରବାର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାରଥଖଳାରେ ନିକଟରେ ଘଟିଛି।

ପୁରୀ ଜିଲ୍ଲାର ମାନିନୀ(ଛଦ୍ମନାମ) ଭରତପୁର ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ବିବାହ କରିଥିଲେ । ଶୁକ୍ରବାର ଅପରାହ୍ନରେ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସନ୍ଧ୍ୟା ୫ଟା ପାଖାପାଖି ଆସି ପହଞ୍ଚିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର । ରଥ ମହାଖଳା ପାଖରେ ବାଇକ ରଖି ପୂଜା ସାମଗ୍ରୀ କିଣିବା ଲାଗି ସ୍ୱାମୀ ଯାଉଥିଲେ । ହେଲେ ପତ୍ନୀ ତାଙ୍କ ସହ ଗଲେନାହିଁ । ସ୍ତ୍ରୀ ପାଖକୁ ଆସି ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ନଶୁଣି ମାନିନୀ ସ୍ୱାମୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ । ମାଡ଼ ଖାଇବା ସତ୍ତେ୍ୱ ବି ସ୍ୱାମୀ କହୁଥାନ୍ତି ମୁଁ ତୁମ ବିନାବଞ୍ଚି ପାରିବିନାହିଁ । ପ୍ଳିଜ୍‌ ଆସ ମୋ ସହିତ । ରୋକଠୋକ ସାଥିରେ ଯିବାକୁ ମନା କରି ଦେଇଥିଲେ ସ୍ତ୍ରୀ । ଏହିଭଳି ଅଧ ଘଣ୍ଟାରୁ ଅଧିକ ସମୟ ଚାଲିଲା ଡ୍ରାମା । ପରେ ଘଟଣା ସ୍ଥଳକୁ ପ୍ରଥମେ ମାନିନୀଙ୍କ ଭିଣୋଇ ଓ ପରେ ମା’ ମଧ୍ୟ ଆସି ପହଞ୍ଚିଥିଲେ । ସେତେବେଳକୁ ସେଇ ସ୍ଥାନରେ ନିୟୋଜିତ ଥିବା ଜଣେ ମହିଳା ସୁରକ୍ଷା କର୍ମୀ ଶ୍ରୀଲିଙ୍ଗରାଜ ଥାନାକୁ ଏକଥା ଜଣାଇଥିଲେ । ସମସ୍ତଙ୍କୁ ଶ୍ରୀଲିଙ୍ଗରାଜ ଥାନାକୁ ନିଆଯାଇଥିଲା । ଥାନା ଅଧିକାରୀ ଉଭୟ ପକ୍ଷର ଅଭିଭାବକଙ୍କୁ ଡକାଇ ଆଲୋଚନା କରିଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାର କୌଣସି ନିଷ୍କର୍ସ ବାହାରିନଥିଲା । ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଆମେ ଉଭୟଙ୍କ ଆପୋସ ସମାଧାନ ପାଇଁ ଚେଷ୍ଟା କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking