38.1 C
Bhubaneswar
Friday, May 3, 2024
Homeଓଡିଶା+୨ରେ ଲାଗୁହେଲା ନୂଆ ପରୀକ୍ଷା ନୀତି

+୨ରେ ଲାଗୁହେଲା ନୂଆ ପରୀକ୍ଷା ନୀତି

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ସଂସ୍କାର ନୀତିରେ ବାଜିଲା ସରକାରଙ୍କ ମୋହର । କରୋନା ପାଇଁ ନୂଆ ପଦ୍ଧତିରେ ହେବ +୨ ପରୀକ୍ଷା । ଦୁଇ ବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ୍ ଓ ଦୁଇଟି ଆନୁଆଲ୍ ପରୀକ୍ଷା ହେବ । ତିନିମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷାଗୁଡିକରେ କିପରି ପ୍ରଶ୍ନ ଆସିବ ତାହା ବି ସ୍ପଷ୍ଟ କରାଯାଇଛି । ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ । ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ । ଯେଉଁଥିରୁ ପରୀକ୍ଷାର୍ଥୀ ତିନିଟିର ଉତ୍ତର ଦେବେ । ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ରଖିବେ ପରୀକ୍ଷାର୍ଥୀ । ପ୍ରଶ୍ନ ପଢି ବୁଝିବା ଲାଗି ଅତିରିକ୍ତ ୫ ମିନିଟ୍ ସମୟ ଦିଆଯିବ । ମୋଟ୍ ୪୫ ମିନିଟ୍‌ରେ ପରୀକ୍ଷା ହେବ । ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ କଲେଜଗୁଡିକୁ ନିର୍ଦ୍ଦେଶ ରହିଛି । ଏହାସହ ପ୍ରଥମ ବର୍ଷର ଆନୁଆଲ୍ ପରୀକ୍ଷା ମଧ୍ୟ କଲେଜସ୍ତରରେ ହେବ । ସିଏଚ୍‌ଏସ୍‌ଇ କେବଳ +୨ବୋର୍ଡ ପରୀକ୍ଷା ପରିଚାଳନା କରିବ ।

କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳ ଅନଲାଇନ୍ ଜରିଆରେ ସିଏଚ୍‌ଏସ୍‌ଇକୁ ପଠାଯିବ । କଲେଜ ଏହାକୁ ରେକର୍ଡ ଭାବେ ରଖିôବ। ଭବିଷ୍ୟତରେ ମହାମାରୀ ନେଇ ପରୀକ୍ଷା ବାତିଲ ହେଲେ ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ । ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ । ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍‌?ରେ ଶିକ୍ଷାଦାନ ହେବ । ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଇଣ୍ଟରନାଲ୍ ପରୀକ୍ଷାରେ ଘରୋଇ କଲେଜଗୁଡିକ ପିଲାଙ୍କୁ ଅଧିକ ମାର୍କ ଦେଇଥାନ୍ତି ବୋଲି ପିଲାଙ୍କ ମତ । ଏଥିରେ ଯେପରି ସ୍ୱଚ୍ଛତା ବଜାୟ ରହିବ । ସେଥିପ୍ରତି କଡା ପଦକ୍ଷେପ ନେବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି । ବହୁ ପୂର୍ବରୁ ଯୁକ୍ତ ଦୁଇରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ଯୋଜନା ହୋଇଥିଲା । ମାତ୍ର ପ୍ରଥମ ବର୍ଷରେ ପରୀକ୍ଷା ଏଯାଏ ଲାଗୁ ହୋଇପାରିଲାନି । ଆଉ ସିଏଚ୍‌ଏସ୍‌ଇର ଏହି ଅଦୂରଦର୍ଶିତା ଲାଗି ଚଳିତ ବର୍ଷ ଦଶମ ଆଧାରରେ ଯୁକ୍ତ ଦୁଇ ପିଲାଙ୍କୁ ମାର୍କ ଦିଆଗଲା । ଏବେ ନୂଆ ପରୀକ୍ଷା ନୀତି କେତେ ଦୂର କାର୍ଯ୍ୟକାରୀ ହେଉଛି ତାଉପରେ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking