38.1 C
Bhubaneswar
Saturday, April 20, 2024
Homeଓଡିଶାହାତୀ ମୃତ୍ୟୁ ରୋକିବାକୁ ୪୪୫ କୋଟିର ପ୍ୟାକେଜ୍‌

ହାତୀ ମୃତ୍ୟୁ ରୋକିବାକୁ ୪୪୫ କୋଟିର ପ୍ୟାକେଜ୍‌

ଭୁବନେଶ୍ୱର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରାଜ୍ୟରେ ପ୍ରତିବର୍ଷ ବହୁ ସଂଖ୍ୟାରେ ହାତୀ ପ୍ରାଣ ହରାଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଶକ୍ତି ବିଭାଗ ଏଥିପାଇଁ ୪୪୫ କୋଟି ୭୫ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛି । ବିଭିନ୍ନ ବିଦ୍ୟୁତ୍ ବିତରକ କମ୍ପାନୀଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ । ଯାହା ସାହାଯ୍ୟରେ ସେମାନେ ହାତୀ କରିଡର ଦେଇଯାଇଥିବା ୩୩ କେଭି, ୧୧ କେଭି ଲାଇନର ଗ୍ରାଉଣ୍ଡ କ୍ଲିୟରାନ୍ସ ବଢାଇବା ସହ ବିଦ୍ୟୁତ୍ ତାରରେ ବେୟାର କଣ୍ଡକ୍ଟର ବ୍ୟବହାର କରିବେ । ବିଦ୍ୟୁତ ଓ ଜଙ୍ଗଲ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ହେବ ।

ହାତୀ ଚଲାପଥରେ ବର୍ତ୍ତମାନ ୭୯ ହଜାର ଇଲେକ୍ଟ୍ରିକ୍ ପୋଲ୍‌କୁ ସିଧା କରାଯାଇଥିବା ବେଳେ ୨୩୦୦ କିମି ସର୍କିଟ ମଧ୍ୟରେ ବେୟାର କଣ୍ଡକ୍ଟର ଲଗାଯାଇଛି । ଆଗକୁ ସବୁ ହାତୀ ଚଲାପଥରେ ରାଜ୍ୟ ସରକାର ଏହି କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ସ୍ଥାନୀୟ ଲୋକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୦୯ରୁ ୨୦୧୯ ଭିତରେ ରାଜ୍ୟରେ ୭୩୨ଟି ହାତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବିଧାନସଭାରେ ଉତ୍ତର ରଖିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ବର୍ଷକୁ ୧୧ଟି ହାତୀଙ୍କର ମୃତ୍ୟୁ ହେଉଥିବା ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking