29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅଙ୍ଗନବାଡି କର୍ମୀ ଙ୍କୁ ନେଇ ରାଷ୍ଟ୍ରିୟ ପୋଷଣ ମାହ ଅନୁଷ୍ଠିତ

ଅଙ୍ଗନବାଡି କର୍ମୀ ଙ୍କୁ ନେଇ ରାଷ୍ଟ୍ରିୟ ପୋଷଣ ମାହ ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ମଣ୍ଡଳ ର ସମସ୍ତ ଅଙ୍ଗନବାଡି କର୍ମୀ ଙ୍କୁ ନେଇ ରାଷ୍ଟ୍ରିୟ ପୋଷଣ ମାହ ଅନୁଷ୍ଟିତ ହୋଇଯାଇଛି ।ପରିଦର୍ଶିକା ସରୋଜ ଲତା ଦେଇ ତତ୍ତ୍ଵାବଧାନରେ ରେ କୋକସରା ଅଙ୍ଗନୱାଡି କେନ୍ଦ୍ର ୧ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ଯାଇଛି ।

ଏହି ଅବସରରେ ସମନ୍ଵିତ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରଣିତ ନିର୍ଦ୍ଧେଶାବଳୀ ପ୍ରକାରେ ଶିଶୁ ପାଇଁ 1000 ଦିନରେ ପୋଷଣ ଓ ସ୍ୱାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ୱାରୋପ କରା ଯିବା ସହିତ ବୃକ୍ଷ ରୋପଣ କରାଯାଇଥିଲା । ଗର୍ଭବତୀ ମହିଳା ଓ ଶିଶୁ ସମ୍ବନ୍ଦୀୟ ପୁଷ୍ଟିସାର ଖାଦ୍ୟ ଯଥା ଶାଗ , ପନିପରିବା, ବୁଟ, ଚଣା, ଡାଲି,ଚୁନା,ବଡି ତଥା ପୋଷଣ ଯୁକ୍ତ ଆହାର ପ୍ରଦର୍ଶିତ କରାଯାଇଥିଲା । କିଭଳି ସମାଜରୁ କୁପୋଷଣ ଦୂରକରିବା ସହ ମାନବ ସମ୍ବଳର ଉପଯୁକ୍ତ ବିକାଶ ନିମନ୍ତେ ଶିଶୁର ଯତ୍ନ,ଆଦ୍ୟ ଉଦ୍ଧିପନା ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଙ୍ଗନୱାଡି କର୍ମୀ ମାନେ ସପଥ ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking