38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଉତ୍ତରପ୍ରଦେଶର ହାଥରସ୍ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା : ଦଳିତ ଭଉଣୀ ମନୀଷାଙ୍କୁ ନ୍ୟାୟ...

ଉତ୍ତରପ୍ରଦେଶର ହାଥରସ୍ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା : ଦଳିତ ଭଉଣୀ ମନୀଷାଙ୍କୁ ନ୍ୟାୟ ନ ମିଳିଲେ ଦେଶବ୍ୟାପି ଆନ୍ଦୋଳନ- ଦଳିତ ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ବଲାଙ୍ଗିର ର ଦଳୀତ ସମାଜ, ବହୁଜନ ସମାଜ ପାର୍ଟି,ଭୀମ ଆର୍ମି,ଏସ ଏସ ଏ ର ସଦଶ୍ୟମାନେ ମିଳିତ ଭାବେ ସ୍ଥାନୀୟ ବାବା ସାହେବ ଆମ୍ବେଦକରଙ୍କ ମୁର୍ତ୍ତୀ ତଳେ ଏକଜୁଟ ହୋଇ ମନୀଷାଙ୍କୁ ନ୍ୟାୟ ମିଳୁ ବୋଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ କାଣ୍ଡେଲ ର୍ୟାଲି କରିଥୀଲେ । ଗତ ୧୪ ତାରିଖରେ ଉତ୍ତର ପ୍ରଦେଶର ହଥ୍ରସ୍ ଠାରେ ଗଣ ଦୁଷ୍କର୍ମ ଓ ନୃସଂଶ ହତ୍ୟା ମାମଲାର ପିଡିତା ତଥା ଦଲିତ ଝିଅ ମନୀଷା ଭଉଣିଙ୍କୁ ନ୍ୟାୟ ନ ମିଳିଲେ ଦେଶ ବ୍ୟାପି ଆନ୍ଦୋଳନର ଚେତାବନୀ ଦେଇଛି ଦଳିତ ସମାଜ । ଉତ୍ତରପ୍ରଦେସ ର ୟୋଗି ସରକାର ବାରମ୍ବାର ଦଳିତ ମହିଳାଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାରକୁ ଲୁଚାଇ ଆସିବାର ନଜିର ରହିଛି । ଦଳିତ ଝିଅ ମନୀଷାଙ୍କୁ କିଛି ଉଚ୍ଚ ବର୍ଗ୍ୟିୟ ୍ୁବକ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ରାଜ୍ୟ ସରକାର ତଥା ପ୍ରଶାସନ ଘଣ୍ଟ ଘୋଡାଇବାର ଜୋର ସୋର ରେ ପ୍ରୟାସ କରୁଥିବା ସ୍ପଷ୍ଟ ଜଣାପଡୁଛି । କିନ୍ତୁ ଦଳିତ ସମାଜ ମନୀଷାଙ୍କୁ ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରଖୀବ ବୋଲି ସମାଜ ତରଫରୁ କୁହାଯାଇଛି ।
ସୁଚନା ଯୋଗ୍ୟ ଯେ, ଗତ ୧୪ ତାରିଖରେ ଉତ୍ତରପ୍ରଦେଶ ର ହାଥରସ ଠାରେ ମନୀଷା ଙ୍କ ଚାରୋଟି ଯୁବକ ଦ୍ୱାରା ଗଣଦୁଷ୍କର୍ମ କରାଯାଇଥିଲ।। ଦୁର୍ଷ୍କମ ପରେ ଘଟଣା ଚପାଇ ଦେବା ପାଇଁ ପିଡିତାଙ୍କ ଜିଭ କାଟି ଦେବା ସହ ତାଙ୍କ ମେରୁଦଣ୍ଡ ଭାଙ୍ଗି ଦିଆ ଯାଇଥିଲ।। ଜିଲ୍ଲା ପ୍ରସାଶନ ପିଡିତାଙ୍କ ଗୁରୁତର ଅବସ୍ଥା ସତ୍ୱେ ସ୍ଥାନିୟ ଚିକିତ୍ସାଲୟରେ ଚିକିତ୍ସା କରାଇଥିଲା । ତାଙ୍କୁ ତୁରନ୍ତ ବଡ ଡାକ୍ତରଖାନାରେ ଚିକିତ୍ସ କରାଇଥିଲେ ବୋଧ ହୁଏ ସେ ବଞ୍ଚି ଯାଇଥାନ୍ତେ । ତେବେ ଗତ ୨୯ ତାରିଖରେ ସେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ମୃତ ଦେହକୁ ବି ନ୍ୟାୟ ମିଳିଲା ନାହିଁ । ପୋଲିସ ପ୍ରଶାସନ ମୃତ ଦେହ ପରିବାର ବର୍ଗଙ୍କୁ ନଦେଇ ରାତି ଅଧରେ ପେଟ୍ରୋଲ ଢାଳି ଯାଳି ଦେଇଥିଲେ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥୀବା ସ୍ପଷ୍ଟ ଜଣାପଡୁଛି । ପରେ ପରେ ବିଭୀନ୍ନ ରାଷ୍ଟ୍ର ସ୍ଥରିୟ ନେତା ତଥା ଗଣ ମାଧ୍ୟମକୁ ମଧ୍ୟ ପିଡିତ ପରିବାର ବର୍ଗଙ୍କୁ ଦେଖା କରିବାକୁ ଦିଆ ଯାଉ ନାହିଁ । କିନ୍ତୁ ୟୋଗୀ ସରକାର ଜାଣୀବା କଥା ଯେ, ଏଭଳି ଭାବେ ଦଳୀତ ନିସ୍ପେଷିତଙ୍କ ସ୍ୱରକୁ ଚାପି ଦିଆ ଯାଇ ପାରିବ ନାହିଁ । ଦଳୀତ ସମାଜ ନିଜ ଝୀଅ ଓ ଭଉଣିର ସମ୍ମାନ ଓ ନ୍ୟାୟ ପାଇଁ ଲଢେଇ ଜାରି ରଖିବ, ଆବଶ୍ୟକ ହେଲେ ସାରା ଦେଶରେ ଆନ୍ଦୋଳନ କରାଯିବ ବୋଲି ସମାଜ ତରଫରୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ ବିଭାର, ହିମାଂଶୁ ବିଭାର, ସଂଜିବ ମୁନା, ସଂଜିବ ଦୀପ, ପାଣ୍ଡବ ବିଭାର, ନେପାଲ ବାଗ, ଘନଶ୍ୟାମ କୁମ୍ଭାର, ରଂଜିତ ବାରିକ, ଜିତେନ୍ଦ୍ର ସୁନା, ରଘୁନାଥ ମୁଗ୍ରୀ, ସୁନିଲ ମୁଗ୍ରୀ, କାର୍ତ୍ତିକ, ଆକାଶ, ଅର୍ଶ, ସୁରଜ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking