32.1 C
Bhubaneswar
Sunday, May 19, 2024
Homeଓଡିଶାଫିଟୁଛି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ

ଫିଟୁଛି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ବର: ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ଫିଟୁଛି ରହସ୍ୟ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରୁଥିବା ବିରୋଧି ହାତରେ ଲାଗିଛି ମୃତକଙ୍କ ଏକ ଅଡିଓ କ୍ଲିପ । ମୃତ୍ୟୁ ଦିନ ଧର୍ମେନ୍ଦ୍ର ନିଜର ଜଣେ ବନ୍ଧୁଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିବାର ଅଡିଓରେ ଶୁଣିବାକୁ ମିଳୁଛି । ଯେଉଁଥିରେ ସେ ତାଙ୍କର ମୃତ୍ୟୁ ପାଇଁ ୭ ଜଣଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ମଧ୍ୟରେ ମନ୍ତ୍ରୀ ସମୀର ଦାଶ ଥିବା ସେ ବନ୍ଧୁଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି । ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ହତ୍ୟା ଘଟଣାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ତାଙ୍କର ଏହି ଅଡିଓ କ୍ଲିପ୍‌ଟି ସାର୍ବଜନୀନ କରାଯାଇଛି ।

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଥିବାର ପୂର୍ବରୁ ବିଜେପି ଅଭିଯୋଗ କରୁଛି । ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦଳ ପ୍ରଥମରୁ ଦାବି କରିଆସିଛି । ମୃତ ଜିଲ୍ଲା ପରିଷଦ ସଦସ୍ୟଙ୍କ ଫୋନରେ ଥିବା ଦୁଇଟି ଭିଡ଼ିଓ ତାଙ୍କ ମୃତ୍ୟୁର ଗୁମର ଖୋଲିବ ବୋଲି ମୃତ୍ୟୁ ପୂର୍ବରୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କିନ୍ତୁ ତାଙ୍କର ଫୋନ କୁଆଡେ ଗାଏବ ହୋଇଯାଇଥିଲା । ପରେ ଦୁଇଟି ଫୋନ ମିଳିଲା ଓ ସେହି ଫୋନରୁ ପ୍ରମାଣ ମଧ୍ୟ ଡିଲିଟ ହେବାରେ ଲାଗିଥିବା ବିଜେପି କହିଛି ।

ରାଜନୈତିକ ଚାପ କାରଣରୁ ଧର୍ମେନ୍ଦ୍ର ନିଜ ମାନସିକ ଭାରସାମ୍ୟ ହରାଉଥିବା ସେ ଘରେ କୁହନ୍ତି । ଅନ୍ୟପଟେ ତାଙ୍କ ଶ୍ବଶୁର ଅଭିଯୋଗ କରିଛନ୍ତି ଯେ, ଯିଏ ଜିଲ୍ଲା ପରିଷଦ ଟିକେଟ ବାଣ୍ଟିଛନ୍ତି ସେ ହିଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ । ଏହାରି ଭିତରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ମୃତକ ନିଜ ବନ୍ଧୁ ସହ ଫୋନ୍‌ ଯୋଗେଁ ହୋଇଥିବା ବାର୍ତ୍ତାଳାପ ସାର୍ବଜନୀନ କରିବାକୁ ମଧ୍ୟ କହିଛନ୍ତି ।

ଯେଉଁଥିରେ ଧର୍ମେନ୍ଦ୍ର ସାହୁ ତାଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ତାଙ୍କ ସହିତ ଆହୁରି ୬ ଜଣଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଯେଉଁଦିନ ତାଙ୍କର ମୃତ୍ୟୁ ହେଲା ସେହି ଦିନର ଏହି କଥାବାର୍ତ୍ତା । ଅଡିଓ କ୍ଲିପରେ ମୃତକ ମନ୍ତ୍ରୀଙ୍କୁ ଦାୟୀ କରିଥିବାରୁ ଯଥାଶୀଘ୍ର ତାଙ୍କୁ ଗିରଫ କରି ମନ୍ତ୍ରୀ ପଦରୁ ବରଖାସ୍ତ ପାଇଁ ବିଜେପି ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking