29.1 C
Bhubaneswar
Thursday, May 9, 2024
Homeଅପରାଧରାକ୍ଷସ ସାଜିଲା ବାପା; ଗର୍ଭବତୀ ଝିଅକୁ ଗୋଇଠା ମାରି ନେଲା ଜୀବନ !

ରାକ୍ଷସ ସାଜିଲା ବାପା; ଗର୍ଭବତୀ ଝିଅକୁ ଗୋଇଠା ମାରି ନେଲା ଜୀବନ !

ରାଇରଙ୍ଗପୁର: ରାକ୍ଷସ ପାଲଟିଲା ଜନ୍ମଦାତା । ନିଜ ଜନ୍ମ କଲା ଝିଅକୁ ମଧ୍ୟ ହତ୍ୟା କରିବାକୁ ପଛେଇଲା ନାହିଁ ଏହି ନିଷ୍ଠୁର ବାପା । ଗୋଇଠା ମାରି ମାରି ଶେଷରେ ଝିଅକୁ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି । ମାନସିକ ସନ୍ତୁଳନ ହରାଇ ଭୁଲିଗଲା ମାନବିକତା । ଭୁଲିଗଲା ଝିଅ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା । ଏପରି ଏକ ଅମାନବୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପଥରଖଣି ଗ୍ରାମରେ । ସୂଚନା ଅନୁସାରେ ମୃତ୍ୟୁ ଘଟିଥିବା ମହିଳାଙ୍କର ଏକ ବର୍ଷ ପୂର୍ବରୁ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା । ତେବେ ଝିଅ ଗର୍ଭବତୀ ଥିବା ଜାଣି କ୍ରୋଧରେ ଗର ଗର ହୋଇଥିଲା ଅଭିଯୁକ୍ତ ପିତା । ଏହାପରେ ଗର୍ଭବତୀ ଝିଅର ପେଟକୁ ଗୋଇଠା ମାରି ମାରି ଶେଷରେ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି । କପ୍ତିପଦା ଥାନା ଅନ୍ତର୍ଗତ ପଥରଖଣି ଗ୍ରାମର ବାସିନ୍ଦା ଜିଠୁ ଟୁଡୁ ପ୍ରାୟ ୪ରୁ ୫ ବର୍ଷ ପୂର୍ବେ ତାଙ୍କ ଝିଅ ସାକର ଟୁଡୁର ବିବାହ ମଙ୍ଗଲ ମୁର୍ମୁଙ୍କ ସହିତ କରିଥିଲେ ।

ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ ଖୁସିରେ କଟୁଥିବା ବେଳେ ପ୍ରାୟ ବର୍ଷେ ପୂର୍ବରୁ ମଙ୍ଗଲ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା । ତେବେ ବର୍ତ୍ତମାନ ସାକର ଟୁଡୁର ଗୋଟିଏ ୩ ବର୍ଷର ଝିଅଟିଏ ରହିଛି । ମଙ୍ଗଲ ମୁର୍ମୁର ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ସାକର ଟୁଡୁ ନିଜ ଶ୍ୱଶୁର ଘରୁ ପଳାଇ ଆସି ନିଜ ବାପଘରେ ରହୁଥିଲେ । ତେବେ ନିଜ ବାପଘରେ ସାକର ଟୁଡୁ ରହୁଥିବା ବେଳେ ଇତିମଧ୍ୟରେ ସାକର ଟୁଡୁ ୫ ମାସର ଗର୍ଭବତୀ ଥିଲେ । ଏହି ଘଟଣା ସାକର ଟୁଡୁର ବାପା ଜିଠୁ ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଝିଅକୁ ବାପା ଜିଠୁ ପଚାରି ବୁଝିଥିଲେ । ପରେ ରାଗରେ ଉତକ୍ଷିପ୍ତ ହେବା ସହ ନିଜ ଝିଅର ଚରିତ୍ରକୁ ସନ୍ଦେହ କରି ବାପା ଜିଠୁ ଗର୍ଭବତୀ ଝିଅର ପେଟକୁ ଗୋଇଠା ମାରିଥିବା ଅଭିଯୋଗ ହୋଇଛି ।

ଫଳରେ ଝିଅ ଗୁରୁତର ଅବସ୍ଥାରେ ପଡ଼ି ରହିବା ପରେ ତାର ଜୀବନ ବାୟୁ ଉଡ଼ିଯାଇଥିଲା । ଝିଅ ମୃତ୍ୟୁବରଣ କରିଥିବା ଜାଣିପାରି ବାପା ଜିଠୁ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଥିଲା ସ୍ଥାନୀୟ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଥିଲା । ସାଇଣ୍ଟିଫିକ ଟିମ୍ ଓ ପୋଲିସର ତଦନ୍ତ ପରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ଲାଗି ଉଦଳା ମେଡିକାଲକୁ ପଠାଇଥିଲା ପୋଲିସ । ସେପଟେ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ପୋଲିସ ଗିରଫ କରିଛି । ପୋଲିସ ନିକଟରେ ଅଭିଯୁକ୍ତ ପିତା ଜିଠୁ ଦୋଷ ସ୍ୱୀକାର କରିବା ପରେ ପୋଲିସ କପ୍ତିପଦା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking