25.8 C
Bhubaneswar
Monday, January 6, 2025
Homeଦେଶ ବିଦେଶ‘ମାଙ୍କଡ ମରା ଗଲା’, ଏୟାରଷ୍ଟ୍ରାଇକର ସଫଳତା ପରେ କହିଥିଲେ ଏୟାର ଚିଫ ଧନୋହା

‘ମାଙ୍କଡ ମରା ଗଲା’, ଏୟାରଷ୍ଟ୍ରାଇକର ସଫଳତା ପରେ କହିଥିଲେ ଏୟାର ଚିଫ ଧନୋହା

ନୂଆଦିଲ୍ଲୀ : ‘ବନ୍ଦର ମାରା ଗୟା’ ବା ମାଙ୍କଡ ମରା ଗଲା , ବାଲାକୋଟ ଅପରେସନ ସଫଳ ହେବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଫୋନ କରି ଏହା କହିଥିଲେ ଏୟାର ଚିଫ ବି.ଏସ. ଧନୋହା ।

ବାଲାକୋଟ ଅପରେସନର କୋର୍ଡ ବାର ଥିଲା ‘ମାଙ୍କଡ ମରା ଗଲା’ । ପାକିସ୍ତାନ ସୀମାରେ ପ୍ରବେଶ କରି ବାୟୁସେନା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପରେ ଏକ ସ୍ୱତନ୍ତ୍ର ନମ୍ବର ଯୋଗେ ଏହି ସଫଳତା ଖବର ଶୁଣାଇଥିଲେ ଭାରତର ଏୟାର ଚିଫ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସଫଳତା କଥା ଜଣାଇଥିଲେ ଏନଏସଏ ଡୋଭାଲ ।

ସୀମା ଅତିକ୍ରମ କରି ପାକିସ୍ଥାନ ଭିତରେ ପଶି ଭାରତୀୟ ବାୟୁସେନା କରିଥିବା ଏହି ସଫଳ ଅପରେସନକୁ ୨ ବର୍ଷ ପୂରଣ ହୋଇଛି । ୨୦୧୯ ଫେବୃଆରୀ ୧୪ ରେ ଫୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୬ ସିଆରଫିଏଫ ଯବାନ ସହୀଦ ହୋଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ୨୬ ଫେବୃଆରୀ ୨୦୧୯ ସକାଳ ୩.୩୦ ସମୟରେ ୧୨ ମିରାଜ ୨୦୦୦ ଲଡାକୁ ବିମାନ ଏଲଓସି ପାର କରି ପାକିସ୍ତାନ ବାଲାକୋଟରେ ଜୈଶ-ଏ-ମହମ୍ମଦର ଆତଙ୍କୀ ଶିବିରକୁ ଧ୍ୱଂସ କରିଦେିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking