33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ : ଗୁରୁବାର ଦିନ ଭାରତ ଏବଂ ପାକିସ୍ତାନ କହିଛନ୍ତି ଯେ ସମସ୍ତ ଚୁକ୍ତିନାମା, ବୁଝାମଣା, ଏଲ୍‌ଓସି ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ଗୁଳି ଚଳାଇବା ବନ୍ଦ କରିବାକୁ ସେମାନେ ସହମତ ହୋଇଛନ୍ତି । ଗୁଳିଗୋଳା ବନ୍ଦ ପାଇଁ ଭାରତ ଓ ପାକିସ୍ତାନ ଗୁରୁବାର ସମ୍ମତ ହୋଇଛନ୍ତି ଏଲ୍‌ଓସିରେ ଥିବା ବିବାଦ ବନ୍ଦ ପାଇଁ ଉଭୟ ଦେଶ ସହମତ ପ୍ରକାଶ କରିଛନ୍ତି  । ସୂଚନା ମୁତାବକ , ଉଭୟ ରାଷ୍ଟ୍ରର ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ହଟଲାଇନ୍ ଆଲୋଚନାରେ ଏହି ସମ୍ମତି ପ୍ରକାଶ ପାଇଛି। ଉଭୟ ପକ୍ଷ ସୀମାରେ ଶାନ୍ତି ପ୍ରତିଷ୍ଠା ସହ ନିୟନ୍ତ୍ରଣ ରେଖାର ସ୍ଥିତିକୁ ସମୀକ୍ଷା କରି ଯୁଦ୍ଧବିରାମ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ହଟ୍‌ଲାଇନ୍‌ ଯୋଗେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ମିଳିତ ବିବୃତିରେ କୁହାଯାଇଛି। ସୂଚନାନୁଯାୟୀ, ଏକ ବିରଳ ଟେଲିଫୋନ୍‌ କଲ ଏହି ଆଲୋଚନା ପାଇଁ ବାଟ ଫିଟାଇଥିଲା। ଦୁଇ ଦେଶ ମଧ୍ୟରେ ହଟ୍‌ଲାଇନ୍‌ ସର୍ବଦା ସକ୍ରିୟ ରହିଥାଏ ଏବଂ ଉଭୟ ପକ୍ଷରୁ ବ୍ରିଗେଡିୟର ପାହ୍ୟାର ଅଧିକାରୀ ନିୟମିତ ସପ୍ତାହକୁ ଥରେ ଆଲୋଚନା କରିଥାଆନ୍ତି। ସୋମବାର ଅନୁଷ୍ଠିତ ଆଲୋଚନାରେ ଅସ୍ତ୍ରବିରାମ ପାଇଁ ବାଟ ଫିଟିଥିବା କୁହାଯାଉଛି।
୨୦୦୩ରେ ଭାରତ ଓ ପାକିସ୍ତାନ ଏଲ୍‌ଓସିରେ ଅସ୍ତ୍ରବିରତି ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ ମଧ୍ୟ ଏହାର ଉଲ୍ଲଙ୍ଘନ ହେଉଛି। କିଛି ସମୟ ଧରି ଏଲଓସିରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ଭାରତର ବ୍ୟାପକ ଧନଜୀବନ କ୍ଷତି ଘଟୁଥିଲାବେଳେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଛି । ସୂଚନାଯୋଗ୍ୟ ଯେ ଗତ ତିନି ବର୍ଷ ମଧ୍ୟରେ ସୀମାନ୍ତରେ ୧୧ହଜାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ଘଟିଛି। ଏଥିରେ ଭାରତର ୧୪୦ ଯବାନ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତ ବର୍ଷକ ମଧ୍ୟରେ ପାକିସ୍ତାନ ୫୧୩୩ ଥର ଓ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ୨୯୯ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking