39.1 C
Bhubaneswar
Friday, April 26, 2024
Homeଓଡିଶାମିଶନ ଶକ୍ତି ଗୃହ ଲୋକାର୍ପିତ

ମିଶନ ଶକ୍ତି ଗୃହ ଲୋକାର୍ପିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମ ପଂଚାୟତର ମିଶନ ଶକ୍ତି ଗୃହ ଓ ମଝିକା ଦଳିତ ସାହିରେ କମ୍ୟୁନିଟ୍ ସେଂଟର ଲୋକାର୍ପିତ ହୋଇଯାଇଛି । ଏହି ଉତ୍ସବରେ ବିଧାୟକ ଡ. ନୃସିଂହ ଚରଣ ସାହୁ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ଉପସ୍ଥିତ ରହିଥିଲେ । ମହାମାରୀ କରୋନାର ତୃତୀୟ ଲହରକୁ ହାଲୁକା ଭାବେ ନେବା ଅନୁଚିତ ବୋଲି ବିଧାୟକ ଗ୍ରାମବାସୀଙ୍କୁ ସୁଚାଇ ଦେଇଥିଲେ । ଆଗାମୀ ଦିନରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା, ନିଜର ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ଅନ୍ୟମାନଙ୍କ ସୁରକ୍ଷା କରିବାକୁ ଅନୁରୋଧ କରିଥିଲେ । ମହାମାରୀ କରୋନାର କଟକଣା ମାନିବା ସହିତ ସରକାରଙ୍କୁ ଯଥା ସମ୍ବବ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଉକ୍ତ ଉତ୍ସବରେ ବ୍ଲକ୍ ଉପାଧ୍ୟକ୍ଷ ବିଳାସିନୀ ସେଠୀ, ଯୁବ ବିଜେଡି ସଭାପତି ସୁବ୍ରତ ଦାସଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking