26.1 C
Bhubaneswar
Friday, September 20, 2024
Homeଓଡିଶାରାଜ୍ୟରେ ଥିବା ଅସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ହେବ ନିର୍ଦ୍ଧାରଣ

ରାଜ୍ୟରେ ଥିବା ଅସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ହେବ ନିର୍ଦ୍ଧାରଣ

ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ ଓ ବେଆଇନ ଆପାର୍ଟମେଣ୍ଟ ନେଇ ବିଧାନସଭା ସର୍‌ଗରମ୍ ହୋଇଥିବାବେଳେ ରାଜ୍ୟରେ ଥିବା ଅସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଜରୁରୀ ନିଷ୍ପତ୍ତି ନେଇଛି । ଏନେଇ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଉକ୍ତ କମିଟି ନିଷ୍ପତ୍ତି ପରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ବୁଧବାର ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । କମିଟିରେ ରାଜସ୍ୱ ବିଭାଗର ସରକାରଙ୍କ ଅତିରିକ୍ତ ସଚିବ ଶଶଧର ନାୟକ ଅଧ୍ୟକ୍ଷ ହୋଇଥିବାବେଳେ ଅତିରିକ୍ତ ଶାସନ ସଚିବ ଦିଗନ୍ତ ରାଉତରାୟ ସଦସ୍ୟ ସଂଯୋଜକ ହୋଇଛନ୍ତି । ସେହିପରି ଇନ୍ସପେକ୍ଟର ଜେନେରାଲ ସୁବ୍ରତ ସତପଥୀ, କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ା, ଦକ୍ଷିଣାଞ୍ଚଳ ଡେପୁଟି ଆଇଜିଆର୍ ଶ୍ରୀକାନ୍ତ କୁମାର ବେହୁରା ଏବଂ ସମ୍ବଲପୁରସ୍ଥ ଉତ୍ତରାଞ୍ଚଳ ଡେପୁଟି ଆଇଜିଆର ଦେବରାଜ୍ ମହାନ୍ତି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking