29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଚାଷୀମାନଙ୍କର ମୁଖ୍ୟ ଦାବି ଯାହା ସମାଧାନ ହୋଇନାହିଁ

ଚାଷୀମାନଙ୍କର ମୁଖ୍ୟ ଦାବି ଯାହା ସମାଧାନ ହୋଇନାହିଁ

ନୂଆଦିଲ୍ଲୀ:କୃଷକମାନେ ସେମାନଙ୍କର ବିଭିନ୍ନ ଦାବିକୁ ପୁରଣ କରିବା ପାଇଁ ଦିଲ୍ଳୀ ଚଲୋ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଦାବିଗୁଡିକ ହେଉଛି ଫସଲପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି , ବିଦ୍ୟୁତ ଅଧିନିୟମ ୨୦୨୦ ରଦ୍ଦ , ଲକ୍ଷ୍ମୀପୁର ଖେରୀରେ ନିହତ କୃ୍‌ଷକଙ୍କ କ୍ଷତିପୂରଣ , କୃଷି ଆନ୍ଦୋଳନରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ପ୍ରତ୍ୟାହାରକୁ ନେଇ ମୁଖ୍ୟ ଦାବି ରହିଛି । ଏହା ବ୍ୟତୀତ ଦୁଇ ବର୍ଷ ପୂର୍ବେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ ବୋଲି କୃଷକମାନେ ସେମାନଙ୍କ ଦାବିରେ ଯୁକ୍ତି ବାଢିଛନ୍ତି । ନଭେମ୍ବର ୧୯ ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତପୂର୍ଣ୍ଣ ଘୋଷଣା କରି ତିନୋଟି ବିବାଦୀୟ ଚାଷ ଆଇନକୁ ରଦ୍ଦ କରି ଦିଲ୍ଲୀ ସୀମାରେ ତେର ମାସର  ଚାଷୀଙ୍କ ଆନ୍ଦୋଳନଙ୍କୁ ସମାପ୍ତ କରିଥିଲେ । କୃଷକମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ୯ ମାସ ସମୟ ମାଗିଥିଲେ । ଯାହା ଏର୍ଯ୍ୟନ୍ତ ପୂରଣ ହୋଇନାହିଁ । ଜୁଲାଇ ୧୨ ୨୦୨୨ ରେ କେନ୍ଦ୍ର ଏକ କମିଟି ଗଠନ କରି ପୂର୍ବତନ କୃଷି ସଚିବ  ସଞ୍ଜୟ ଅଗ୍ରୱାଲଙ୍କୁ ଏହାର ଅଧ୍ୟକ୍ଷ ଭାବରେ ନାମିତ କରିଥିଲେ । ଏହି କମିଟିରେ ୨୯ ଜଣ ସଦସ୍ୟ ରହିଥବଲେ । ଯେଉଁଥିରେ ୪ ଜଣ ଭାରତ ସରକାରଙ୍କର ସଚିବ ଏବଂ ଅନ୍ୟ ଚାରିଜଣ ରାଜ୍ୟ ପ୍ରତତିନିଧବତ୍ୱ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking