28.1 C
Bhubaneswar
Tuesday, April 28, 2026
Homeଓଡିଶାଖୁସିଖବର : ଜୟପୁରରେ ହେବ ଓଡ଼ିଶା ଲୋକସେବା ପରୀକ୍ଷା କେନ୍ଦ୍ର

ଖୁସିଖବର : ଜୟପୁରରେ ହେବ ଓଡ଼ିଶା ଲୋକସେବା ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। କୋରାପୁଟ ଜିଲ୍ଲାର ଜୟପୁରଠାରେ ଏଣିକି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହାଫଳରେ ଏଣିକି ଆୟୋଗଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକର ଲିଖିତ ପରୀକ୍ଷା କେନ୍ଦ୍ର ରାଜ୍ୟର ୫ଟି ପରିବର୍ତ୍ତେ ୬ଟି ଜୋନରେ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ ୧ ତାରିଖରେ ରାଜ୍ୟର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହ ବୈଠକବେଳେ ଜୟପୁରଠାରେ ଏକ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଲୋକସେବା ଆୟୋଗଙ୍କ ଦ୍ୱାରା ଜୟପୁରଠାରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁର ସହର ବ୍ୟତୀତ ଜୟପୁର ସହରରେ ମଧ୍ୟ ଏଣିକି ଲିଖିତ ପରୀକ୍ଷା କେନ୍ଦ୍ର ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking