27.1 C
Bhubaneswar
Thursday, April 30, 2026
Homeଅପରାଧପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା

ପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା

ଭଦ୍ରକ: ଭଦ୍ରକ ଜିଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଶନିବାର  ପ୍ରେମିକା ଜଣକ ପ୍ରେମିକ ଘରେ ପହଞ୍ଚି ନିଆଁ ଲଗାଇ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଅନ୍ୟପକ୍ଷେ ପୋଲିସ ପ୍ରେମିକା ଏବଂ ତାଙ୍କର ଜଣେ ବାନ୍ଦବୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ରୁକୁଣାଦେଇପୁର ଗ୍ରାମର ଜ୍ୟୋସ୍ନାରାଣୀ ମହାପାତ୍ରଙ୍କ ପୁଅ ପ୍ରଭାତ ମହାପାତ୍ର ଦୀର୍ଘ ଦିନ ଧରି ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କୌଣସି କାରଣବଶତଃ ତିକ୍ତତା ଆସିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏବେ ପ୍ରଭାତ ରାଜ୍ୟ ବାହାରେ କାମ କରୁଥିବା ବେଳେ ଯୁବତୀଜଣକ ନିଜ ଗାଁରେ ରହୁଛନ୍ତି। ଗତକାଲି ଅପରାହ୍ନ ସମୟରେ ଯୁବତୀଜଣକ ନିଜର ବାନ୍ଧବୀଙ୍କ ସହ ସ୍କୁଟିରେ ପ୍ରଭାତଙ୍କ ଘର ସମ୍ମୁଖରେ ପହଞ୍ଚିଥିଲେ। ପ୍ରଥମେ ସେ ପ୍ରଭାତଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୂଲଜ କରିବା ସହ ଜ୍ୟୋସ୍ନାରାଣୀ ଏବଂ ତାଙ୍କ ଝିଅକୁ ଆକ୍ରମଣ କରିଥିବା ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି। ଏହା ପରେ ଯୁବତୀଜଣକ ପ୍ରଭାତଙ୍କ ଘର ଚାଳରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking