32.1 C
Bhubaneswar
Monday, May 20, 2024
Homeଅପରାଧପ୍ରମିକାକୁ ଛୁରା ମାଡ଼ କରି ପ୍ରେମିକ ଫେରାର

ପ୍ରମିକାକୁ ଛୁରା ମାଡ଼ କରି ପ୍ରେମିକ ଫେରାର

ନବରଙ୍ଗପୁର: ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମିକାକୁ ଛୁରୀରେ ଆକ୍ରମଣ କରି ଫେରାର ହେଲା ପ୍ରେମିକ । ଉମରକୋଟ ସହରରେ ହେଉଥିବା କାଳୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କଳାକାରଙ୍କୁ ତାଙ୍କ ପ୍ରେମିକ ରୋହିତ ସିଂ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଛୁରୀ ଜଙ୍ଘ, ହାତ ଓ ଅଣ୍ଟାରେ ବାଜିବାରୁ କଳାକାର ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ କେଉଁ ପରିସ୍ଥିତିରେ ଅଭିଯୁକ୍ତ ପ୍ରେମିକ ଏଭଳି କାଣ୍ଡ ଘଟାଇଲା ସେନେଇ ଉମରକୋଟ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଆକ୍ରମଣ ପରେ ଫେରାର ହୋଇଯାଇଛି ପ୍ରେମିକ ରହିତ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଲିପ୍ସା ନାୟକ ପୁରୀ ଜୟ ମା’ କାଳୀ ଡ୍ୟାନ୍ସ ଗ୍ରୁପରେ କଳାକାର ଭାବେ କାର୍ଯ୍ୟ କରନ୍ତି । ୪ ମାସ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ବିହାରର ରହିତ ସିଂ ସହ ଦେଖା ହୋଇଥିଲା ।

ସେହିଠାରୁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ବିଷୟରେ ଲିପ୍ସାଙ୍କ ପରିବାର ଲୋକେ ଜାଣିବା ପରେ ଲିପ୍ସାଙ୍କୁ ଆକଟ କରିଥିଲେ । ପରେ କୌଣସି କାରଣ ଯୋଗୁଁ ଲିପ୍ସା ଆଉ ରୋହିତଙ୍କୁ ଦେଖା ସାକ୍ଷାତ କରୁନଥିଲେ । କାଳୀ ପୂଜାରେ ଡ୍ୟାନ୍ସ କାର୍ଯ୍ୟକ୍ରମ ପାଇଁ ନିଜ ଡ୍ୟାନ୍ସ ଗ୍ରୁପ ସହ ପହଞ୍ଚିଥିଲେ ଲିପ୍ସା । ଉମରକୋଟ ଗାର୍ଲ୍ସ ହାଇସ୍କୁଲ ରାସ୍ତାରେ ଥିବା ଅସ୍ଥାୟୀ କ୍ୟାମ୍ପ୍ରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବାବେଳେ ରୋହିତ ହଠାତ ଆସି ଏକ ଧାରୁଆ ଛୁରୀରେ ଲିପ୍ସାଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ଲିପ୍ସାଙ୍କୁ ତୁରନ୍ତ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଲିପ୍ସାଙ୍କ ସହ ଆସିଥିବା ତାଙ୍କ ବାନ୍ଧବୀ କହିଛନ୍ତି, “ଡ୍ୟାନ୍ସ କାର୍ଯ୍ୟକ୍ରମ ପାଇଁ ଆମେ ୨ ଦିନ ହେବ ଉମରକୋଟରେ ଅଛୁ । ଗତକାଲି ଆମର ଶେଷ କାର୍ଯ୍ୟକ୍ରମ ଥିଲା । ଆମେ ଏକ ରୁମ୍ରେ ଥିବା ସମୟରେ ଅଭିଯୁକ୍ତ ପାଚେରୀ ଡେଇଁ ଆସି ହଠାତ ଲିପ୍ସାକୁ ଆକ୍ରମଣ କରିଥିଲା ।” ଉଭୟଙ୍କ ମଧ୍ୟରେ କଣ ସମ୍ପର୍କ ସେ ଜାଣିନଥିବାବେଳେ ଲିପ୍ସାଙ୍କ ଘର ଲୋକ ଏ ବିଷୟରେ ଅବଗତ ଥିବା କହିଛନ୍ତି ଲିପ୍ସାଙ୍କ ବାନ୍ଧବୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking