28.1 C
Bhubaneswar
Saturday, July 27, 2024
Homeଅପରାଧପ୍ରମିକାକୁ ଛୁରା ମାଡ଼ କରି ପ୍ରେମିକ ଫେରାର

ପ୍ରମିକାକୁ ଛୁରା ମାଡ଼ କରି ପ୍ରେମିକ ଫେରାର

ନବରଙ୍ଗପୁର: ପାଗଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମିକାକୁ ଛୁରୀରେ ଆକ୍ରମଣ କରି ଫେରାର ହେଲା ପ୍ରେମିକ । ଉମରକୋଟ ସହରରେ ହେଉଥିବା କାଳୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କଳାକାରଙ୍କୁ ତାଙ୍କ ପ୍ରେମିକ ରୋହିତ ସିଂ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଛୁରୀ ଜଙ୍ଘ, ହାତ ଓ ଅଣ୍ଟାରେ ବାଜିବାରୁ କଳାକାର ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ କେଉଁ ପରିସ୍ଥିତିରେ ଅଭିଯୁକ୍ତ ପ୍ରେମିକ ଏଭଳି କାଣ୍ଡ ଘଟାଇଲା ସେନେଇ ଉମରକୋଟ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଆକ୍ରମଣ ପରେ ଫେରାର ହୋଇଯାଇଛି ପ୍ରେମିକ ରହିତ । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଲିପ୍ସା ନାୟକ ପୁରୀ ଜୟ ମା’ କାଳୀ ଡ୍ୟାନ୍ସ ଗ୍ରୁପରେ କଳାକାର ଭାବେ କାର୍ଯ୍ୟ କରନ୍ତି । ୪ ମାସ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ବିହାରର ରହିତ ସିଂ ସହ ଦେଖା ହୋଇଥିଲା । ସେହିଠାରୁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ବିଷୟରେ ଲିପ୍ସାଙ୍କ ପରିବାର ଲୋକେ ଜାଣିବା ପରେ ଲିପ୍ସାଙ୍କୁ ଆକଟ କରିଥିଲେ । ପରେ କୌଣସି କାରଣ ଯୋଗୁଁ ଲିପ୍ସା ଆଉ ରୋହିତଙ୍କୁ ଦେଖା ସାକ୍ଷାତ କରୁନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking