37.1 C
Bhubaneswar
Sunday, April 28, 2024
Homeଅପରାଧଜମି ବିବାଦକୁ ନେଇ ଗଡିଲା ନେତାଙ୍କ ମୁଣ୍ଡ

ଜମି ବିବାଦକୁ ନେଇ ଗଡିଲା ନେତାଙ୍କ ମୁଣ୍ଡ

କୋଲକାତା: ଜମି ବିବାଦକୁ ନେଇ ଗଡିଲା ନେତାଙ୍କ ମୁଣ୍ଡ । ତୃଣମୂଳ କଂଗ୍ରେସର(ଟିଏମ୍‌ସି) ନେତାଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗରରେ ଘଟିଛି ଏହି ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ ୪୯ ବର୍ଷୀୟ ଟିମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନୋଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ନେତା ହେଲେ ବିଜନ ଦାସ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସର ସୂଚନା ଅନୁସାରେ, ପାର୍ଟିର ଏକ ସହଯୋଗୀ ଘରକୁ ଯାଉଥିଲେ ବିଜନ ଦାସ । ଏହି ସମୟରେ କିଛି ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ ।

ଦୁଇ ଥର ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା । ଗୋଟି ଗୁଳି ତାଙ୍କ ମୁଣ୍ଡକୁ ବାଜିଥିବା ବେଳେ ଅନ୍ୟଟି ତାଙ୍କ ବାମ କାନକୁ ବାଜିଥିଲା । ଅନ୍ୟପଟେ ଜଣେ ସ୍ଥାନୀୟ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମ ପିଟିଆଇକୁ ସୂଚନା ଦେଇ କହିଛନ୍ତି, ବିଜନ ଦାସଙ୍କୁ ଆକ୍ରମଣ ହେବା ପରେ ତାଙ୍କୁ ପ୍ରଥମେ ବାରାସାତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆମେ ଘଟଣାର ତଦନ୍ତ ଆରମ୍ଭ କରିଛୁ । ଅନ୍ୟପଟେ ବାରାସାତ ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ଏହା ଏକ ଦୁଃଖଦ ଘଟଣା ଅଟେ । ବିଜନଙ୍କ ମୃତ୍ୟୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ଛାତ୍ର ରାଜନୀତିରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେବେ ଠାରୁ ସେ ତୃଣମୂଳ କଂଗ୍ରେସ ସହିତ ରହିଛନ୍ତି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking