28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପଶ୍ଚିମବଙ୍ଗ ନିର୍ବାଚନ: ରାଜନୀତିର କେନ୍ଦ୍ର ପାଲଟିଥିବା ସିଙ୍ଗୁର କାହାର

ପଶ୍ଚିମବଙ୍ଗ ନିର୍ବାଚନ: ରାଜନୀତିର କେନ୍ଦ୍ର ପାଲଟିଥିବା ସିଙ୍ଗୁର କାହାର

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସକୁ ପଶ୍ଚିମବଙ୍ଗର ଅସ୍ଥିତ୍ୱ ପ୍ରଦାନ କରିବା ପାଇଁ ହୁଗଳୀର ସବୁଠୁ ମୁଖ୍ୟ ଭୂମିକା ରହିଛି । ଏହି ଜିଲ୍ଲାର ସିଙ୍ଗୁରରେ ଜବରନ ଭୂମି ଅଧିଗ୍ରହଣ ବିରୋଧରେ ମମତା ବାନାର୍ଜୀଙ୍କ ଆନ୍ଦୋଳନରୁ ରାଜ୍ୟରେ ପରିବର୍ତନର ପହନ ବହିଥିଲା । ସିଙ୍ଗୁରରେ ଟାଟା ମୋଟର୍ସ ର ଲଖଟକିଆ କାର୍ କାରଖାନା ବିବାଦ ହେବା ଦ୍ୱାରା ମମତାଙ୍କୁ ନିଜ ଅସ୍ଥିତ୍ୱ ମିଳିଥିଲା । ରାଜନୀତିର କେନ୍ଦ୍ର ପାଲଟିଥିବା ସିଙ୍ଗୁର ଉପରେ ପ୍ରତି ନିର୍ବାଚନରେ ଦଳମାନଙ୍କର ନଜର ରହିଥାଏ । ରାଜନୈତିକ ବିଶେଷଜ୍ଞଙ୍କ କହିବାନୁଯାୟୀ, ହୁଗୁଳୀ ଜିଲ୍ଲାରେ ନିର୍ବାଚନ ସିଙ୍ଗୁର ହିଁ କରିବ । ସେଠାରେ ଲୋକେ ଯାହାକୁ ସମର୍ଥନ ଦେବେ, ତାଙ୍କର ପତକା ଉଡିବ । ଦେଖିବାକୁ ରହିଲା ଯେ, ସିଙ୍ଗୁରର ଅଙ୍ଗୁର କାହା ପାଇଁ ହେଉଛି ମିଠା ଏବଂ କାହା ପାଇଁ ଖଟା ।
ପଶ୍ଚିମବଙ୍ଗରେ ୨୦୧୧ରେ ପରିବର୍ତ୍ତନ ହୋଇଥିଲା । ତୃଣମୂଳ କଂଗ୍ରେସର ରବିନ୍ଦ୍ର ନାଥ ଭଟାଚାର୍ଯ୍ୟ ଗତ ୨୦ ବର୍ଷ ଧରି ସିଙ୍ଗୁରର ବିଧାୟକ ରହିଆସିଛନ୍ତି । ତା ପୂର୍ବରୁ କେବେ ବାମମୋର୍ଚ୍ଚା ତ କେବେ କଂଗ୍ରେସ ବିଜୟ ଲାଭ କରି ଆସୁଥିଲା । ଗତ ଲୋକସଭା ନିର୍ବାଚନରେ ହୁଗୁଳୀ ସିଟରେ ବିଜେପି ଆସନ ଅକ୍ତିଆର କରିଥିଲା ।

୨୦୧୧ରେ ପ୍ରଥମଥର ପାଇଁ ତୃଣମୂଳ କଂଗ୍ରେସ ହୁଗୁଳୀର ୧୮ଟି ସିଟରୁ ୧୬ଟିରେ ଚମତ୍କାର ବିଜୟ ଲାଭ କରିଥିଲା । ୨୦୧୧ରେ ବିଧାନସଭା ନିର୍ବାଚନରେ ବାମମୋର୍ଚ୍ଚାକୁ ୨ଟି ସିଟ ମିଳିଥିଲା, ଯାହା ଗତ ବିଧାନସଭା ନିର୍ବାଚନରେ ୧ ରହିଥିଲା । ୨୦୧୧ ବିଧାନସଭା ନିର୍ବାଚନରେ ଖାତା ଖୋଲିପାରିନଥିବା କଂଗ୍ରେସକୁ ଗତ ବିଧାନସଭା ନିର୍ବାଚନରେ ଗୋଟିଏ ସିଟ ମିଳିଥିଲା । ଗତ ବିଧାନସଭା ନିର୍ବାଚନରେ ​​ମଧ୍ୟ ବିଜେପି ଏଠାରେ ଖାତା ଖୋଲିପାରି ନଥିଲା, କିନ୍ତୁ ହୁଗଲି ଲୋକସଭା ଆସନ ପାଇବା ପରେ ଏହାର ଆଶା ବୃଦ୍ଧି ପାଇଛି । ବିଜେପି ଅରାମବାଗ ଲୋକସଭା ଆସନରେ ମାତ୍ର ୧,୧୪୨ ଭୋଟରେ ହାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking