29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବିଜେପିର 'ମିଶନ ପଶ୍ଚିମବଙ୍ଗ'

ବିଜେପିର ‘ମିଶନ ପଶ୍ଚିମବଙ୍ଗ’

ନୂଆଦିଲ୍ଲୀ : ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ । ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ତେବେ ରାଜ୍ୟରେ ବିଜେପି, ନିର୍ବାଚନକୁ ନେଇ ସମସ୍ତ ପ୍ରସ୍ତୁତି କରି ସାରିଥିବା ଆଭାଷ ମିଳୁଛି । ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବା ସଙ୍କଳ୍ପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ସମେତ ବିଜେପିର ପ୍ରମୁଖ ନେତା ଓ କାର୍ଯ୍ୟକର୍ତ୍ତା ମାନେ ତତ୍ପର ଅଛନ୍ତି ।

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ଦିଲୀପ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହେବ । ବିଜେପି ନିର୍ବାଚନ ମୁଖ୍ୟଙ୍କ ଏହି ମନ୍ତବ୍ୟରୁ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବିଜେପି କେତେ ଗମ୍ଭୀର ଅଛି ତାହା ସ୍ପଷ୍ଟ । ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ପଶ୍ଚିମବଙ୍ଗକୁ ୫ଟି ଜୋନରେ ଭାଗ କରିଛି । ପ୍ରତି ଜୋନରେ ଜଣେ ଲେଖାଏଁ କେନ୍ଦ୍ରୀୟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ।

୫ ବର୍ଷ ପୁର୍ବେ ଯେଉଁ ପଶ୍ଚିମବଙ୍ଗ ରାଜନିତୀ କ୍ଷେତ୍ରରେ ବିଜେପିର କୌଣସି ସ୍ଥାନ ନଥିଲା , ସେହି କ୍ଷେତ୍ରରେ ପୁର୍ବ ଲୋକସଭା ନିର୍ବାଚନରେ କରିଥିବା ନିଜ ପ୍ରଦର୍ଶନ ଯୋଗୁଁ ବିଜେପି ଏବେ ୨୦୦ ପାର ହେବାର ନାରା ଲଗାଉଛି । ପଶ୍ଚିମବଙ୍ଗ ନିର୍ବାଚନ ମାହୋଲକୁ ଦେଖି ଏହା ସ୍ପଷ୍ଟ କୁହାଯାଇପାରିବ ଯେ, ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେବାକୁ ଯାଉଛି ଓ ନିର୍ବାଚନ ‘ଦିଦି ବନାମ ମୋଦୀ’ ହେବାକୁ ଯାଉଛି ।

ପଶ୍ଚିମବଙ୍ଗର ୨୯୪ ଟି ଆସନ ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସମୟ ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ନିର୍ବାଚନ ନସରିବା ଯାଏଁ ପଶ୍ଚିମବଙ୍ଗ ରାଜ୍ୟ ଗସ୍ତରେ ଯିବେ ଓ ରାଜ୍ୟର ବିଭିନ୍ନ ଜୋନରେ ଥିବା ଲୋକଙ୍କ ସମସ୍ୟା ସହ ଆଲୋଚନା କରି ନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking