23.1 C
Bhubaneswar
Monday, May 13, 2024
Homeଓଡିଶାନଦୀକୁ ଗାଧୋଇବାକୁ ଯାଇ ୯ମ ଶ୍ରେଣୀ ଛାତ୍ରର ମୃତ୍ୟୁ

ନଦୀକୁ ଗାଧୋଇବାକୁ ଯାଇ ୯ମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଢେଙ୍କାନାଳ: ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ୯ମ ଶ୍ରେଣୀ ଛାତ୍ରର ମୃତ ହୋଇଛି । ମୃତ ନାବାଳକ ହେଲେ ଧଳପୁର ଗ୍ରାମ ଗଉଡ ସାହିର ୧୨ବର୍ଷୀୟ ଚିନ୍ମୟ ରାଉତ । ସାଙ୍ଗ ମାନଙ୍କ ସହ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ ଚିନ୍ମମ । ପରେ ସେଠାରେ ଗାଧୋଉଥିବା ଅନ୍‌ଯ ତିନିଜଣ ସାଙ୍ଗ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ଉଦ୍ଧାର ପରେ ପ୍ରଥମେ ଗୁଡିଆକାଟେଣୀ ପରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ବ୍ରାହ୍ମଣୀ ନଦୀଘାଟରେ ଏଭଳି ଅଘଟଣ ଘଟିଛି । ମୃତ ଚିନ୍ମୟ ମୃତଦେହ କୁ ଢ଼େଙ୍କାନାଳ ମୁଖ୍‌ଯ ଚିକିତ୍ସାଳୟ ଶବବ୍‌ଯବଛେଦ ଗୃହରେ ରଖାଯାଇଛି । ଶବ ବ୍‌ଯବଚ୍ଛେଦ ପରେ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ଏ ଭଳି ଅଘଣରେ ନାବାଳକ ଛାତ୍ରର ମୃତ୍ୟୁ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking