30.1 C
Bhubaneswar
Saturday, July 12, 2025
Homeଦେଶ ବିଦେଶଅଣ-ବାସୁମତୀ ଚାଉଳ ରପ୍ତାନି ଉପରେ ରୋକ୍ ଲଗାଇଲେ ଭାରତ ସରକାର

ଅଣ-ବାସୁମତୀ ଚାଉଳ ରପ୍ତାନି ଉପରେ ରୋକ୍ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ : ଭାରତ ସରକାର ଅଣ-ବାସମତୀ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି । ଏ ନେଇ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଳମ୍ବିତ ମୌସୁମୀ ବର୍ଷା ଯୋଗୁଁ ଖରିଫ ଫସଲ, ବିଶେଷ କରି ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଉତ୍ପାଦନ କମିବା ଆଶଙ୍କାରେ କେନ୍ଦ୍ର ସରକାର ଏହି କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଆଂଶିକ ମିଲିଂ ହୋଇଥିବା କିମ୍ବା ସମ୍ପୂର୍ଣ୍ଣ ମିଲିଂ ହୋଇଥିବା ଅଣ-ବାସୁମତି ଧଳା ଚାଉଳ ଉପରେ ଏହି କଟକଣା ଲାଗୁ ରହିବ । ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ବେଳକୁ ଯେଉଁ ଚାଉଳଗୁଡ଼ିକର ଲୋଡିଂ (ଜାହାଜରେ)ଆରମ୍ଭ ହୋଇଯାଇଛି, ସେଗୁଡ଼ିକ ପ୍ରତି ଏହି କଟକଣା ଲାଗୁ ହେବ ନାହିଁ ବୋଲି ଡିଜିଏଫଟି କହିଛନ୍ତି । ଭାରତ ସରକାରଙ୍କ ଏହି ପଦକ୍ଷେପ ଫଳରେ ଭାରତର ପ୍ରାୟ ୮୦ ପ୍ରତିଶତ ଚାଉଳ ରପ୍ତାନି ପ୍ରଭାବିତ ହେବ । ଏହା ଦ୍ୱାରା ଦେଶ ମଧ୍ୟରେ ଚାଉଳର ଦାମ କମିବ । କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଚାଉଳ ଦାମ୍ ବଢିବାର ଆଶଙ୍କା ରହିଛି, କାରଣ ଭାରତ ବିଶ୍ୱରେ ଏକ ପ୍ରମୁଖ ଚାଉଳ ରପ୍ତାନିକାରୀ ରାଷ୍ଟ୍ର ଭାବେ ପରିଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking