32.2 C
Bhubaneswar
Saturday, May 17, 2025
Homeଅପରାଧବ୍ଲାକମେଲ କରି ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବ୍ଲାକମେଲ କରି ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

କଟକ: ବ୍ଲାକମେଲ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରା ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ଵତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ। ୨୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାକୁ ମହାରାଷ୍ଟ୍ରର ଅଭିଯୁକ୍ତ ଗୁଡୁ ନିଶାତ ପୀଡ଼ିତାର ନଗ୍ନ ଫଟୋ ଭାଇରାଲ କରି ଦେବାର ଧମକ ଦେଇ ବ୍ଲାକମେଲ କରି ତାକୁ ମୁମ୍ବାଇ ଡାକି ଗୋଟିଏ ହୋଟେଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା।

୨୦୨୧ ମସିହାରେ ଏହି ଘଟଣା ଘଟିଥିଲା। ଏ ନେଇ ପୀଡ଼ିତାର ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ରୁଜୁ କରି ମୁମ୍ବାଇ ଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଚାର୍ଜସିଟ୍ ଦାଖଲ ପରେ କୋର୍ଟରେ ଏ ନେଇ ମାମଲାର ବିଚାର ଚାଲିଲା। ଏହି ମାମଲାରେ ୧୮ ଜଣ ସାକ୍ଷୀ ଓ ୩୪ ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଅଭିଯୁକ୍ତକୁ ଏହି ସଶ୍ରମ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking