24.1 C
Bhubaneswar
Thursday, May 9, 2024
Homeଓଡିଶାଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଧର୍ମେନ୍ଦ୍ର: ସସ୍ମିତ ପାତ୍ର

ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଧର୍ମେନ୍ଦ୍ର: ସସ୍ମିତ ପାତ୍ର

ଭୁବନେଶ୍ୱର: ଓଡ଼ିଶା ସ୍ୱାର୍ଥକୁ ଅଣଦେଖା । କେବଳ ପ୍ରାୟୋଜିତ ସୋସିଆଲ ମିଡିଆ ପ୍ରଚାରରେ ମାତିଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜ ହତାଶ ଭାବର କରୁଛନ୍ତି ପରିପ୍ରକାଶ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରୀୟ ସଂସ୍ଥାରେ ଓଡ଼ିଆ ପିଲାଙ୍କୁ ଚାକିରି ନାହିଁ । ଏମସିଏଲ, ଆଇଓସିଏଲ, ନାଲକୋରେ ମିଳୁନି ଓଡ଼ିଆ ପିଲାଙ୍କୁ ନିଯୁକ୍ତି । ଓଡ଼ିଆ ପିଲାଙ୍କ ବଦଳରେ ବିହାର ଓ ମଧ୍ୟପ୍ରଦେଶ ପିଲାଙ୍କୁ ଏହି ସବୁ ସଂସ୍ଥାରେ ମିଳୁଛି ଚାକିରି । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସ୍ୱାର୍ଥକୁ କେବେ ଗୁରୁତ୍ୱ ଦେଇନାହାନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର । କେନ୍ଦ୍ର ନିକଟରେ ଓଡ଼ିଶାବାସୀ ଓ ରାଜ୍ୟ ସ୍ୱାର୍ଥ କଥା ଉଠାଇନାହାନ୍ତି ।

ସମ୍ବଲପୁର-କଟକ ଜାତୀୟ ରାଜପଥ କାମ ନିମ୍ନମାନର ହେଉଛି । ଆଦିବାସୀଙ୍କ ପାଇଁ ୭ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଏଯାଏ ମିଳୁନି । ଏନେଇ ବିଜେପି ସାଂସଦ ଦିଲ୍ଲୀରେ ଷଡ଼ଯନ୍ତ୍ର କରିଛନ୍ତି । ସେହିପରି କ୍ଲିନ ଏନର୍ଜୀ ସେସ୍ ବାବଦରେ ୬୦ ହଜାର କୋଟି ଟଙ୍କା ଆଦାୟ ହୋଇଛି ହେଲେ ଓଡ଼ିଶାକୁ ଟଙ୍କାଟିଏ ବି ମିଳିନଥିବା କହିଛନ୍ତି ସସ୍ମିତ ପାତ୍ର । ଢ଼େଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ପ୍ରଦୂଷଣରେ ଜର୍ଜରିତ ହେଲାଣି । ଓଡ଼ିଶା ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଦାବି ରଖିବାକୁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ସସ୍ମିତ ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking