32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବଢୁଛି ଭାରତୀୟ ଟଙ୍କାର ଗୁରୁତ୍ୱ, ନେପାଳ ପରେ ଶ୍ରୀଲଙ୍କା ବି ଟଙ୍କାରେ ନେଣଦେଣ କରିବ

ବଢୁଛି ଭାରତୀୟ ଟଙ୍କାର ଗୁରୁତ୍ୱ, ନେପାଳ ପରେ ଶ୍ରୀଲଙ୍କା ବି ଟଙ୍କାରେ ନେଣଦେଣ କରିବ

ନୂଆଦିଲ୍ଲୀ : ଭାରତ ଦ୍ରୁତ ଗତିରେ ଏକ ପ୍ରମୁଖ ବିଶ୍ୱ ଅର୍ଥନୀତି ଭାବରେ ଉଭା ହେଉଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କର ଆକଳନ ଅନୁଯାୟୀ ଚଳିତ ଆର୍ôଥକ ବର୍ଷରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । ଏଭଳି ସ୍ଥିତିରେ ସମଗ୍ର ବିଶ୍ୱରେ ଭାରତର ମର୍ଯ୍ୟାଦା ଓ ଭାରତର ଗ୍ରହଣୀୟତା ବଢ଼ିବାରେ ଲାଗିଛି ଓ ଅଧିକରୁ ଅଧିକ ଦେଶ ଭାରତୀୟ ଟଙ୍କାରେ କାରବାର କରିବାକୁ ପସନ୍ଦ କରୁଛନ୍ତି । ବିଶ୍ୱର ୨୦ରୁ ଅଧିକ ଦେଶ ବାଣିଜ୍ୟରେ ଟଙ୍କା ବ୍ୟବହାର କରିବାକୁ ରାଜି ହୋଇଥିବା ବେଳେ କେତେକ ଦେଶ ମଧ୍ୟ ସେମାନଙ୍କ ସ୍ଥାନୀୟ ଦେୟ ଏବଂ କାରବାରରେ ଟଙ୍କାକୁ ସ୍ଥାନ ଦେବା ଆରମ୍ଭ କରିଛନ୍ତି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ସମୟରେ ଫ୍ରାନ୍ସ ଏବଂ ୟୁନାଇଟେଡ ଆରବ ଏମିରେଟ୍ସରେ ସ୍ୱଦେଶୀ ପେମେଣ୍ଟ ସିଷ୍ଟମ ୟୁପିଆଇର ଶୁଭାରମ୍ଭ କରାଯାଇଥିଲା । ଏଥିସହିତ ୟୁଏଇ ଟଙ୍କାରେ ବାଣିଜ୍ୟ ବୁଝାମଣା ପାଇଁ ରାଜି ହୋଇଥିଲା । ଫଳରେ ଟଙ୍କାରେ ବାଣିଜ୍ୟ ବୁଝାମଣା କରିବାକୁ ରାଜି ହୋଇଥିବା ଦେଶ ସଂଖ୍ୟା ୨୦ରୁ ଅଧିକ ହୋଇଯାଇଥିଲା । ଏବେ ପଡ଼ୋଶୀ ଦେଶ ଶ୍ରୀଲଙ୍କା ଭାରତୀୟ ଟଙ୍କାରେ ନେଣଦେଣ ପାଇଁ ରାଜି ହୋଇଛି । ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବରି ଏ ନେଇ ସଂକେତ ଦେଇଛନ୍ତି । ଏହା ସହିତ ଶ୍ରୀଲଙ୍କାରେ ୟୁପିଆଇ ବ୍ୟବହାର ପାଇଁ ବି ଯୋଜନା ଚାଲିଛି । ନେପାଳ ବହୁ ପୂର୍ବରୁ ଟଙ୍କରେ କାରବାର କରୁଥିବାବେଳେ ବାଂଲାଦେଶବି ଏହା କରିବା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking