29.1 C
Bhubaneswar
Saturday, July 27, 2024
Homeଓଡିଶାପୋଖରୀରେ ପଡି ଛାତ୍ର ମୃତ୍ୟୁ

ପୋଖରୀରେ ପଡି ଛାତ୍ର ମୃତ୍ୟୁ

ଭଦ୍ରକ : ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ପଂଚାୟତର ଅସୁରା ଗ୍ରାମର ସମାଜସେବୀ ଶଶୀକାନ୍ତ ସାହୁ ପୁଅ ସାଇ ଶୁଭଙ୍କର ଆଜି ସକାଳୁ ସ୍କୁଲରୁ ଫେରି ବିଲରେ କାମ କରୁଥିବା ମୂଳିଆଙ୍କ ପାଇଁ ପାଣି ନେଇ ଯାଇଥିଲ । ତା ସହ ତାର ଦୁଇ ସାଙ୍ଗ ମନୋଜ ସାହୁ ଓ ଶୁଭଙ୍କର ସାହୁ ବି ଯାଇଥିଲେ । ବିଲରେ ଖୋଳାଯାଇଥିବା ଏକ ପୋଖରୀ ହୁଡ଼ାରେ ଯାଉଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ସାଇ ଶୁଭଙ୍କର ପାଣି ଭିତରେ ପଡି ଯାଇଥିଲା ।

ତାକୁ ଉଦ୍ଧାର କରିବାକୁ ଯାଇ ତାର ଦୁଇ ସାଙ୍ଗ ବି ପାଣିରେ ପଡି ଯାଇଥିଲେ । ପାଖରେ କାମ କରୁଥିବା ସେହି ଗ୍ରାମର ଦୀନବନ୍ଧୁ ବିନ୍ଧାଣି ଦୌଡି ଆସି ଦୁଇ ଜଣକୁ ଉଦ୍ଧାର କରିଥିଲେ ବି ସାଇଶୁଭଙ୍କରକୁ ଉଦ୍ଧାର କରି ପାରି ନଥିଲେ । ଖବର ପାଇ ଗାଁ ଲୋକ ଯାଇ ଖୋଜାଖୋଜି ପରେ ବି ତାର ପତ୍ତା ମିଳି ନ ଥିଲା । ଦମକଳ ବାହିନୀ ଆସି ବହୁ ଖୋଜାଖୋଜି ପରେ ତାକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଖବର ପ୍ରଚାର ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking