29.1 C
Bhubaneswar
Friday, May 17, 2024
Homeଅପରାଧସ୍ତ୍ରୀ କୁ ନିର୍ମମ ଭାବେ ହତ୍ୟା କରିଥିବା ସ୍ୱାମୀ ଗିରଫ

ସ୍ତ୍ରୀ କୁ ନିର୍ମମ ଭାବେ ହତ୍ୟା କରିଥିବା ସ୍ୱାମୀ ଗିରଫ

ପୁରୀ: ପାରିବାରିକ କଳହ ଓ ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀକୁ ଅତି ନିର୍ମମ ଭାବେ କଟୁରୀରେ ହାଣି ହତ୍ୟା କରିଥିଲା ସ୍ୱାମୀ । ଗତ ୨୧ ତାରିଖ ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମରେ ରଶ୍ମିତା ବରାଳ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିଛି ପୋଲିସ । ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ହେଉଛି ରୁଆ ଗ୍ରାମର ଭୁଟିଆ ଓରଫ ପ୍ରମୋଦ କୁମାର ବରାଳ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ପ୍ରମୋଦକୁ ଚନ୍ଦନପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ଧରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ରକରି ଝଗଡ଼ା ଲାଗି ରହୁଥିଲା । ସେହିପରି ସ୍ତ୍ରୀର ଚରିତ୍ର ଉପରେ ମଧ୍ୟ ବିଭିନ୍ନ ସମୟରେ ଅଭିଯୁକ୍ତ ପ୍ରମୋଦ ସନ୍ଦେହ କରିଥିଲା ।

ସେହିପରି ନିଶା କାରବାରକୁ ନେଇ ମଧ୍ୟ ବିଭିନ୍ନ ସମୟରେ ରଶ୍ମିତା ଓ ପ୍ରମୋଦଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଲାଗି ରହୁଥିଲା । ଫଳରେ ଗତ ୨୧ ତାରିଖରେ ରଶ୍ମିତା ତାଙ୍କ ଦୋକାନରେ ବସିଥିବା ସମୟରେ ତାଙ୍କ ସ୍ୱାମୀ ପ୍ରମୋଦ ଏକ କଟୁରୀରେ ତାଙ୍କୁ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲା । ତେବେ ଘଟଣା ସ୍ଥଳରେ ହିଁ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରମୋଦ ଫେରାର ଥିବାବେଳେ ଚନ୍ଦନପୁର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜ ସୂଚନା ଦେଇଥିଲେ । ତେବେ ଚନ୍ଦନପୁର ଥାନା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼ି ଚାଲିଥିବା ବେଳେ ଏଥିରେ କିଛି ଅସାଧୁ ପୋଲିସ ଅଧିକାରୀ ଓ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇ ଆସୁଛି । ତେଣୁ ପୁରୀ ଏସପି ତୁରନ୍ତ ଏହି ଅସାଧୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking