30.1 C
Bhubaneswar
Thursday, May 9, 2024
Homeଅପରାଧସବୁଦିନ ସ୍ୱାମୀ ପିଟୁଥିଲା; ଶେଷରେ ସ୍ତ୍ରୀ କାଟିଦେଲା ବେକ

ସବୁଦିନ ସ୍ୱାମୀ ପିଟୁଥିଲା; ଶେଷରେ ସ୍ତ୍ରୀ କାଟିଦେଲା ବେକ

ଗଞ୍ଜାମ : କାଟିଦେଲା ସ୍ୱାମୀର ବେକ । ପାରିବାରିକ କଳହର ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଗାଁରେ । ସ୍ୱାମୀର ବେକ ସ୍ତ୍ରୀ କାଟିଦେବା ପରେ ସ୍ୱାମୀକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆହତ ବ୍ୟକ୍ତି ୪୫ ବର୍ଷୀୟ ରୋହିତ ପାତ୍ର ।

ବରିଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପ୍ରାୟ ସମୟ ମଦ୍ୟ ପାନ କରି ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରେ । ଗତକାଲି କୌଣସି କାରଣରୁ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କଥା କଥାକଟି ହୋଇଥିଲା । ଆଉ ସେଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପିଠିକୁ କାଟି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking