33.1 C
Bhubaneswar
Monday, May 20, 2024
Homeଓଡିଶାସ୍ତ୍ରୀକୁ ଖୁଣ୍ଟରେ ବାନ୍ଧି ପିଟିଲା ସ୍ୱାମୀ !

ସ୍ତ୍ରୀକୁ ଖୁଣ୍ଟରେ ବାନ୍ଧି ପିଟିଲା ସ୍ୱାମୀ !

ଭୁବନେଶ୍ର: ରାଜଧାନୀରେ ମହିଳା ନିର୍ଯାତନାର ବର୍ବର ଚିତ୍ର । ଆଇନକୁ ହାତକୁ ନେଇ ମହିଳାଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ମହିଳଙ୍କୁ ବିଦ୍ୟୁତ ଖୁଣ୍ଟରେ‌ ବନ୍ଧାଯାଇ ନିର୍ଦ୍ଧୁମ ମାଡ଼ ମରାଯାଇଛି । ଏହାକୁ ସ୍ଥାନୀୟ ଲୋକେ ଦେଖିଥିଲେ ସୁଦ୍ଧା କେହି ଉଦ୍ଧାର କରିବାକୁ ଆସିନଥିଲେ । ଶେଷରେ ଖବର ପାଇ ପହଞ୍ଚିଥିଲା ପୋଲିସ । ଏୟାରପୋର୍ଟ ଥାନା କାରଗିଲ ରୋଡ୍ ଗୌରୀ ନଗରରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ମୁତାବକ, ସେହି ଅଞ୍ଚଳରେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ସହ ରୁହନ୍ତି । ଉଭୟଙ୍କର ଗୋଟିଏ ୩ ବର୍ଷର ସନ୍ତାନ ମଧ୍ୟ ରହିଛି । ତେବେ ମହିଳା ଜଣଙ୍କ ନିଜ ଛୁଆକୁ ବାଡେଇବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି । ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଆଉ ଏହି ପାରିବାରିକ କଳହ ଉଗ୍ର ରୂପ ନେଇଥିଲା । ମହିଳା ଜଣଙ୍କ ରାଗରେ ସ୍ୱାମୀଙ୍କ ଗାଡ଼ି ଭାଙ୍ଗି ଦେଇଥିବାରୁ ସେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ନିର୍ଯାତନା ଦେଇଥିବା ସନ୍ଦେହ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking