ଲକ୍ଷ୍ନୌ : ଆଗ୍ରାରେ ସ୍ତ୍ରୀ-ସ୍ୱାମୀଙ୍କ ବିବାଦ ଏବଂ ଛାଡ଼ପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି । ସ୍ୱାମୀ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି । କାରଣ ତାଙ୍କ ସ୍ତ୍ରୀ କେବଳ ପୁଅ ଜନ୍ମ କରୁଥିଲେ । ମାତ୍ର ସ୍ୱାମୀ ଝିଅ ହେଉ ବୋଲି ଚାହୁଁଥିଲେ । ଏହି ବିବାଦକୁ ନେଇ ଏବେ ଅନେକ ଚର୍ଚ୍ଚା । ସାଧାରଣତଃ ଗୋଟିଏ ପରିବାରରେ ଝିଅ ଜନ୍ମ ହେଲେ କିଛି ଲୋକ ଗ୍ରହଣ କରିପାରନ୍ତିନି । ଫଳରେ ଆକ୍ରମଣ, ଘରୋଇ ହିଂସା ଏବଂ ଛାଡ଼ପତ୍ର ପରି ମାମଲା ଜାଣିବାକୁ ମିଳେ । ମାତ୍ର ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ପୁତ୍ରସନ୍ତାନ ଜନ୍ମ କରିବାରୁ ସେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଗ୍ରାରେ ଏହା ହେଉଛି ପ୍ରଥମ ତଥା ପ୍ରସିଦ୍ଧ ମାମଲା । ଆଗ୍ରାର ଫ୍ୟାମିଲି କାଉନସେଲିଂ ସେଣ୍ଟରରେ ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ସ୍ତ୍ରୀ-ସ୍ୱାମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ଯେ, ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି । ସ୍ତ୍ରୀ କହିଛନ୍ତି, ପରିବାରର ଆର୍ôଥକ ଅବସ୍ଥା ଭଲ ନୁହେଁ । ଚତୁର୍ଥ ସନ୍ତାନ ଜନ୍ମ କରିବା ଦ୍ୱାରା ଅଧିକ ଅସୁବିଧା ହେବ ।
ପରବର୍ତ୍ତୀ ପିଲା ଝିଅ ହେବ ବୋଲି ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ । ବିବାଦ ପରେ ଏହି ମାମଲା ଫ୍ୟାମିଲି କାଉନସେଲିଂ ସେଣ୍ଟରରେ ପହଞ୍ଚି ଶାହଗଞ୍ଜ ପୋଲିସ ଷ୍ଟେଶନକୁ ଏଫ୍ଆଇଆର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗ୍ରା ଶାହାଗଞ୍ଜର ଜଣେ ଝିଅ ୧୦ ବର୍ଷ ପୂର୍ବେ ମାଲପୁରାର ଜଣେ ଯୁବକଙ୍କୁ ବିବାହ କରିଥିଲେ । ଏହା ପରେ ସେମାନଙ୍କର ତିନୋଟି ସନ୍ତାନ ଥିଲେ । ତିନିଜଣ ପୁଅ ଥିଲେ, କିନ୍ତୁ ପିତା ଚାହୁଁଥିଲେ ଯେ, ତାଙ୍କ ଘରେ ଗୋଟିଏ ଝିଅ ମଧ୍ୟ ଜନ୍ମ ହେବା ଉଚିତ । ଯେଉଁଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ସେ ଝିଅ ଚାହୁଁଛନ୍ତି । ପ୍ରତ୍ୟେକ ଥର ସ୍ତ୍ରୀଙ୍କର ପୁଅ ଥିଲେ । ଯଦି ଏହା ପୁଅ ହୋଇଯାଏ ତେବେ କ’ଣ ହେବ? ଏହି ପ୍ରସଙ୍ଗରେ ସ୍ତ୍ରୀ-ସ୍ୱାମୀଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା । ଯାହା ପରେ ସ୍ୱାମୀ ସ୍ତ୍ରୀଙ୍କୁ ଛାଡ଼ିଥିଲେ । ଏହା ପରେ ଆଗ୍ରାସ୍ଥିତ ଫ୍ୟାମିଲି କାଉନ୍ସେଲିଂ ସେଣ୍ଟରରେ ପହଞ୍ଚିଥିଲା । ଯେଉଁଠାରେ ଉଭୟଙ୍କୁ ପରାମର୍ଶଦାତା ବୁଝାଇଥିଲେ କିନ୍ତୁ ଉଭୟ ସ୍ତ୍ରୀ ଏବଂ ସ୍ୱାମୀ ସେମାନଙ୍କ ମତ ଉପରେ ଜିଦ୍ ଧରିଥିଲେ ।