29.1 C
Bhubaneswar
Saturday, July 27, 2024
Homeଓଡିଶାଛୁରାମାଡରେ ହୋଟେଲ ମାଲିକ ଗୁରୁତର ଆହତ

ଛୁରାମାଡରେ ହୋଟେଲ ମାଲିକ ଗୁରୁତର ଆହତ

ବାରିପଦା: ମଙ୍ଗଳବାର ବିଳମ୍ବିତ ରାତିରେ ଛୁରାମାଡରେ ବାରିପଦାର ପ୍ରସିଦ୍ଧ ହୋଟେଲ ମାଲିକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ପାଳବଣି ମହୁଆ ହୋଟେଲ ମାଲିକ ଅଶୋକ ଦାସ । ବୁଧବାର ସକାଳେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା ।

ତେବେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଲକ୍ଷ୍ମୀପୋଷି ଫାଣ୍ଡି ଅଧିକାରୀ ସତ୍ୟବ୍ରତ ବଳଙ୍କ ସୂଚନା କ୍ରମେ ବାରିପଦା ଟାଉନ ପୁଲିସ ତଦନ୍ତ କରୁଛି । ଜନୈକ ବିଦ୍ୟୁତ ଠିକାଦାର କୌଣସି କାରଣରୁ ରାତି ଅଢେଇଟା ସମୟରେ ଅଶୋକଙ୍କୁ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking