25.1 C
Bhubaneswar
Saturday, March 2, 2024
Homeଓଡିଶାରେଲୱେ ଖାଦ୍ୟ ଖାଇବା ପରେ ୮୦ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି

ରେଲୱେ ଖାଦ୍ୟ ଖାଇବା ପରେ ୮୦ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରେଳରେ ଯାତାୟତ କରୁଥିବା ଲୋକେ ରେଳ ଦ୍ୱାରା ଦିଆଯାଇଥିବା ଖାଦ୍ୟ ଖାଇବା ଯୋଗୁ ୮୦ ଜଣ ଯାତ୍ରୀ ଅସୁସ୍ଥ ହୋଇଥିବା ମାମଲା ସାମ୍ନାକୁ ଆସିଛି । ବାସ୍ତବରେ ଚେନ୍ନାଇରୁ ପୁଣେ ଆସୁଥିବା ଭାରତ ଗୌରବ ଯାତ୍ରୀ ଟ୍ରେନ୍‌ରେ ରେଳବାଇରେ ଖାଦ୍ୟ ଖାଇବା ଦ୍ୱାରା ୮୦ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି ।

ସୂଚନା ମୁତାବକ, ରେଳବାଇ ଦ୍ୱାରା ଦିଆଯାଇଥିବା ଖାଦ୍ୟ ଖାଇବା ପରେ ପ୍ରାୟ ୮୦ ଜଣ ଲୋକ ଫୁଡ ପଏଜନିଙ୍ଗ୍‌ର ଶିକାର ହୋଇଥିଲେ । ଏହା ପରେ ସେହି ଟ୍ରେନ୍‌ର ସମସ୍ତ ଯାତ୍ରୀଙ୍କୁ ପୁଣେର ସୁସୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଳମ୍ବିତ ରାତିରେ ଟ୍ରେନ୍‌ ପୁଣେ ରେଳ ଷ୍ଟେସନରେ ପହଞ୍ଚିବା ପରେ ସମସ୍ତ ଅସୁସ୍ଥ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରଥମେ ଚିକିତ୍ସା କରାଯାଇଥିଲା । ଏହା ପରେ ସେମାନଙ୍କୁ ପୁଣେର ସୁସୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଏପରି ସୂଚନା ରହିଛି ଯେ ସମସ୍ତ ଯାତ୍ରୀଙ୍କ ଅବସ୍ଥା ଠିକ୍‌ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking