29.7 C
Bhubaneswar
Thursday, May 15, 2025
Homeଓଡିଶାଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ସଠିକ୍ ବୋଲି ମାନ୍ୟବର...

ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ସଠିକ୍ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରେ ପ୍ରକାଶ : ମନମୋହନ ସାମଲ

ଜାମ୍ମୁ-କାଶ୍ମୀରକୁ ଦେଶର ମୁଖ୍ୟ ବିଚାରଧାରା ସହ ଯୋଡିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିବାରୁ ରାଜ୍ୟ ସଭାପତି ରାଜ୍ୟବାସୀଙ୍କୁ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି
ଯଶସ୍ୱୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ଓ ଲଦାଖରେ ସ୍ଥାୟୀ ପ୍ରତିଷ୍ଠା ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ
“ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ

ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ନୂତନ ଜାମ୍ମୁ-କାଶ୍ମୀର” ଗଠନ ପାଇଁ କଟିବଦ୍ଧ ଅଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଏବଂ ୩୫(କ)କୁ ଉଚ୍ଛେଦର ସଂସଦର ନିଷ୍ପତିକୁ ସଂପୂର୍ଣ୍ଣ ବୈଧ ବୋଲି କହିଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରକୁ ଦେଶର ମୁଖ୍ୟ ବିଚାରଧାରା ସହ ଯୋଡିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀଙ୍କ ତରଫରୁ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଜାମ୍ମୁ ଓ କାଶ୍ମୀରରୁ ଉଚ୍ଛେଦ ଧାରା ୩୭୦ ବର୍ତମାନ ଇତିହାସ ପାଲଟିଛି ।

ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତିକୁ ସଠିକ୍ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ କରିଛନ୍ତି । “ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ । ଆଜିର ଏହି ଐତିହାସିକ ନିଷ୍ପତି କେବଳ ଏବଂ ନ୍ୟାୟିକ ନିଷ୍ପତି ନୁହେଁ । ଏହା ନିଶ୍ଚିତଭାବେ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି, ମଜଭୁତ ଏକଜୁଟ ଭାରତ ବର୍ଷର ନିର୍ମାଣର ସାମୁହିକ ସଂକଳ୍ପର ପ୍ରମାଣ ବୋଲି ଶ୍ରୀ ସାମଲ କହିଛନ୍ତି । ଆଜିର ଏହି ଐତିହାସିକ ରାୟ ସ୍ପଷ୍ଟ କରିଛି ଯେ, ଜାମ୍ମୁ-କାଶ୍ମୀର ଭାରତବର୍ଷର ଅଭିନ୍ନ ଅଙ୍ଗ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ଓ ଲଦାଖରେ ସ୍ଥାୟୀ ପ୍ରତିଷ୍ଠା ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking