28.1 C
Bhubaneswar
Friday, June 6, 2025
Homeଓଡିଶା‘ମହିମା ସେତୁ’ ନାଁରେ ନାମିତ ହେଲା ଢେଙ୍କାନାଳରେ ନିର୍ମିତ ହାଇଲେବୁଲ ସେତୁ

‘ମହିମା ସେତୁ’ ନାଁରେ ନାମିତ ହେଲା ଢେଙ୍କାନାଳରେ ନିର୍ମିତ ହାଇଲେବୁଲ ସେତୁ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଢେଙ୍କାନାଳ ଜିଲ୍ଲାରେ ନିର୍ମିତ ହାଇଲେବୁଲ ସେତୁ ମହିମା ସେତୁ ନାଁରେ ନାମିତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଯୋରନ୍ଦା ଗାଦି ପୀଠରେ ଏହି ଖୁସି ଖବର ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଜିଲ୍ଲାର ଯୋରନ୍ଦା, କାଲୁରିଆ ଓ ଗୋରଡ଼ିଆ ରାସ୍ତାରେ ଥିବା ବ୍ରାହ୍ମଣୀ ନଦୀ ଉପରେ ଏହି ହାଇଲେବଲ ସେତୁ ନିର୍ମାଣ ହୋଇଛି । ଯାହାର ନାମ ରଖାଯାଇଛି ମହିମା ସେତୁ । ସେତୁ ନିର୍ମାଣ ଦ୍ବାରା ଯୋରନ୍ଦା ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉପକୃତ ହେଉଛନ୍ତି। ୧୮୬୨ ଦଶମିକ ୧୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ହାଇଲେବଲ ସେତୁ ନିର୍ମାଣରେ ଖର୍ଚ୍ଚ ହୋଇଛି ୨୫୪ କୋଟି ୬୨ ଲକ୍ଷ ଟଙ୍କା । ଏହି ସେତୁ ଜନକଲ୍ୟାଣକାରୀ ଯୋଜନାକୁ ପାଦେ ଆଗକୁ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking